ଫ୍ୟାନରେ ଦୌଡ଼ା ଦେଇ ଜୀବନ ହାରିଲେ ଛାତ୍ରୀ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଓ ଖଇରା ଥାନା ସାରୁଗାଁ ଗ୍ରାମର ଜଣେ 21 ବର୍ଷ ର ଛାତ୍ରୀ ନିଜ ଘରେ ଫ୍ୟାନରେ ଦୌଡ଼ା ଦେଇ ଜୀବନ ହାରିଥିବା ନଜରକୁ ଆସିଛି । ଘଟଣା ରୁ ପ୍ରକାଶ ସାରୁଗାଁ ଗ୍ରାମର ଦାମୋଦର ମହାପାତ୍ର ଙ୍କ ବଡ଼ ଝିଅ ସ୍ଵାଗତିକା ମହାପାତ୍ର କୌଣସି କାରଣରୁ ନିଜ ଘର ଫ୍ୟାନ ରେ ଦୌଡ଼ା ଲଗାଇ ପ୍ରାଣ ହାରିଛନ୍ତି । ଏନେଇ ପିତା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦାମୋଦରଙ୍କର 3 ଝିଅ ଥିବାବେଳେ ସାନ ଝିଅ ନିଜ ଗ୍ରାମରେ ଦଶମ ଶ୍ରେଣୀରେ ଓ ମଝିଆ ଝିଅ ଭୁବନେଶ୍ୱର ପଢ଼ୁଥିବା ବେଳେ ସ୍ଵାଗତିକା ବାଲେଶ୍ୱର fm କଲେଜ ରେ +3 3rd year କମର୍ସ ଛାତ୍ରୀ ଭାବେ ଶିକ୍ଷ୍ୟା ଅଧ୍ୟାୟନ କରୁଥିଲେ । ଗତକାଲି ସେ ନିଜ ବାସଗୃହ ସାରୁଗାଁ କୁ ଆସିଥିଲେ, ଆଜି ଘରେ କେହି ନଥିବା ସମୟରେ କୋୖଣସି କାରଣରୁ ଫ୍ୟାନ ରେ ଦୌଡ଼ା ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । ସ୍ଵାଗତିକା ଙ୍କ ବାପା ବଜାର ରୁ ଘରକୁ ଯିବାପରେ ଘର ସମସ୍ତ କବାଟ ବନ୍ଦ ଥିବା ଦେଖି ଗ୍ରାମବାସୀଙ୍କୁ ଡାକି ଝିଅକୁ ଉଦ୍ଧାର କରିଥିଲେ । ପରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବାବେଳେ ଖଇରା ପୋଲିସ ସ୍ଵାଗତିକା ଙ୍କ ମୋବାଇଲ କୁ ସିଜ କରି ତଦନ୍ତ ଜାରି ରଖିଛି ।

ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.