ସାର ଶୋଇଥିବା କହିଦେଲେ ବୋଲି ୫ ଛାତ୍ରଙ୍କୁ ବେତ ଭାଙ୍ଗିବା ଯାଏଁ ପିଟିଲେ ଶିକ୍ଷକ

କଟକ,(ନାଗରାଜ ନ୍ୟୁଜ):  ସାର ଆରମ ସ୍କୁଲରେ ଶୋଇଥିଲେ। ହଠାତ ପିଲାଏ ଉଠାଇ ଦେଲେ ବୋଲି ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଭୋଗିଲେ ୫ ସ୍କୁଲ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂମି ପଞ୍ଚାୟତର ନୁଆଗଡ଼ ପ୍ରାଥମିକ ବିଦ୍ୟାଳୟରେ । ଯେଉଁଠି ସ୍କୁଲ ଶିକ୍ଷକ ଗୋଟିଏ ବାଡ଼ି ସାହାଯ୍ୟରେ ୫ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଛନ୍ତି । ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି । ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷକ ମଧ୍ୟ ମାଡ଼ ମାରିଥିବା ସ୍ବୀକାର କରିଛନ୍ତି । ଆଖିରେ ଭୟ ସହ ଲୁହ ଓ ଦେହରେ ଆଘାତର ଚିହ୍ନ ଥିବା ଏହି କୋମଳମୋତି ଛାତ୍ର ମାନେ ହେଉଛନ୍ତି ଦେବଭୂମି ପଞ୍ଚାୟତର ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟର ଛାତ୍ର । ଆଉ ଏମାନଙ୍କୁ ଏହି କ୍ଷତ ଦେଇଛନ୍ତି ସ୍କୁଲ ର ଶିକ୍ଷକ ମାଧବ ରାଉଳ । ଛାତ୍ର ୫ ଜଣଙ୍କର ଭୁଲ ଏଇୟା କି ସାର ଶୋଇଥିବା ବେଳେ ଛାତ୍ର ମାନେ ଝାଡା ଯିବା ପାଇଁ ଅନୁମତି ମାଗିଥିଲେ ଏବଂ ଶୋଇଥିବା ଅବସ୍ଥାରେ ସାର ମଧ୍ୟ ଅନୁମତି ଦେଇଥିଲେ। ତେବେ ସେମାନେ ଝାଡା ବସି ଆସିବା ପରେ ସାରଙ୍କର ରାଗ ପଞ୍ଚମ କୁ ଚଢି ଯାଇଥିଲା । ଆଉ ସାରଙ୍କର ରୋଷର ଶିକାର ହେବାକୁ ପଡିଥିଲା ଏହି ଛାତ୍ର ମାନଙ୍କୁ ।

ସାର ରାଗି ଜଣ ଜଣ କରି ୫ ଜଣ ସ୍କୁଲ ଛାତ୍ରଙ୍କୁ ନିର୍ଦୟ ଭାବେ ବାଡ଼ିରେ ଛେଚି ଚାଲିଲେ ।ସ୍କୁଲରେ ଜଣେ ପ୍ରଧାନଶିକ୍ଷୟତ୍ରୀ ସ୍କୁଲର ଖାଦ୍ୟ ପଇସା ଉଠାଇବା ପାଇଁ ଅନୁପସ୍ଥିତ ରହିଥିଲେ ଶିକ୍ଷୟତ୍ରୀ । ତେବେ ଘଟଣାକୁ ନେଇ ଶିକ୍ଷକ ମାଡ଼ ମାରିଥିବାନେଇ ସ୍ବୀକାର କରିଥିବାବେଳେ ନିଜ ଭୁଲ ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ପଶ୍ଚାତାପ କରିଛନ୍ତି । ନିଜ ର ଏହି ଭୁଲକୁ ନ ଦୋହରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଅଭିଭାବକମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବାବେଳେ ଘଟଣାର ତଦନ୍ତ କରି ଏକ ଅଣ୍ଡରଟେକିଙ୍ଗ ଲେଖି ଘଟଣା ର ସମାଧାନ କରାଯାଇଥିବା ସୂଚନା ଦେଇଛନ୍ତି ନରସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ପ୍ରଧାନ ।

Leave a Reply

Your email address will not be published.