ସରକାରୀ ଜମିରେ ମାଟି ବନ୍ଧର ମାମଲାକୁ ନେଇ ତହସିଲଦାରଙ୍କୁ ଅଭିଯୋଗ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ସରକାରୀ ଜମିରେ ଯାଉଥିବା ପାଣିକୁ ମାଟି ବନ୍ଧ ଦ୍ୱାରା ଜୋର ଜବରଦସ୍ତ ଅଟକ କରାଯାଇଛି ଯାହା ଦ୍ୱାରା ଘର ଭାଙ୍ଗିଯିବାର ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ତହସିଲ, ଡୁଙ୍ଗୁରା ଆରାଇ ଅଧିନ ତାଳମହୁରି ଗ୍ରାମରେ । ଏନେଇ ଗତକାଲି ଖଇରା ତହସିଲରେ ଅଭିଯୋଗ ହୋଇଛି ।

ଅଭିଯୋଗକାରୀ ପ୍ରହଲ୍ଲାଦ ଦାସ ଜଣାଇଛନ୍ତିଯେ, ତାଙ୍କ ଘର ଆଗରେ ସରକାରୀ ପ୍ଲଟ-୪୬୪ ରେ ପୂର୍ବ ପୁରୁଷରୁ ଯାତାୟାତ କରି ଚଳି ଆସୁଛନ୍ତି । ଏଥିସହିତ ସେହି ହରିଜନ ସାହିର ଅନ୍ୟ ୫ ଘର ମଧ୍ୟ ଚଳି ଆସୁଛନ୍ତି । ମାତ୍ର ଉଦ୍ଦେଶ୍ୟ ମୂଳକ ଭାବେ ଜୋର ଜବରଦସ୍ତ ସେହି ଗ୍ରାମର ଭଗବାନ ଦାସ, ଜୟନ୍ତ ଦାସ, ସୁମନ୍ତ ଦାସ, ମନୋଜ ଦାସ, କମଳାକାନ୍ତ ଦାସ, ତପନ କୁମାର ଦାସ ଓ ଟୁକୁ ଦାସ ବାଉଁଶ ମାଟି ବନ୍ଧ ଦେଇ ବନ୍ଦ କରିଦେଇଛନ୍ତି । ଫଳରେ ଏହି ପ୍ଲଟ ଦେଇ ଯାଉଥିବା ପାଣି ନିଷ୍କାସନ ପରିବର୍ତ୍ତେ ଜମା ହୋଇ ରହିଛି ।

ଏହାଦ୍ୱାରା ଯାତାୟାତରେ ବାଧା ସୃଷ୍ଟି ହେବା ସହିତ ଘର ଚାରିପାଖ ଜଳମଗ୍ନ ହେଉଛି । ଏହାଦ୍ୱାରା କୌଣସି ମୂହୁର୍ତ୍ତରେ ବାସଗୃହଟି ଭୁଷୁଡି ଧନଜୀବନ ହାନୀ ହେବାର ସମ୍ଭାବନା ରହିଛି । ଏହାସହିତ ପ୍ରହଲ୍ଲାଦ ଦାସ ଏବଂ ତାଙ୍କ ପରିବାରକୁ ହତ୍ୟା ଧମକ ସେ ଅଭିଯୋଗ କରିଛନ୍ତି । ତେବେ ତହସିଲଦାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଭିଯୋଗକାରୀମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published.