ଟ୍ରକରେ ନିଆଁ ଲଗାଇ ଦେଲା ଚୋର

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ସହରରେ ଚୋରି, ଡକାୟତି, ରାହାଜାନୀ,ଛିନତାଇ ଭଲି ଅପରାଧ ଦିନକୁ ଦିନ ବଢୁଥିବା ବେଳେ , ରାଜଗାଙ୍ଗପୁର ପୋଲିସ ସହରକୁ ଅପରାଧମୁକ୍ତ କରିବାପାଇଁ ଦିନରାତି ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ଚୋରମାନେ ପୋଲିସ ଠାରୁ ଦିପାଦ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ୱରୂପ ଗତକାଲି ରାଜଗାଙ୍ଗପୁର ସହରର ରିଙ୍କୁ ଶର୍ମା ଙ୍କ OR 14Q 2198 ଦଶଚକିଆ ଟ୍ରକ ରେ ଡାଲମିଆ ସିମେଣ୍ଟ କାରଖାନା ରୁ ରାଉରକେଲା ବେଦବ୍ୟାସ ଯିବାପାଇଁ ୨୦୦ ବସ୍ତା ସିମେଣ୍ଟ ଲୋଡ୍ ହୋଇଥଲା। ସନ୍ଧ୍ୟା ସୋଇଯାଇଥିବାରୁ ଟ୍ରକ ଡ୍ରାଇଭର ଟ୍ରକ ଟିକୁ ମାଟିଗେଟ ପାଖରେ ଥିବା ଟ୍ରକ ମାଲିକ ର ଗ୍ୟାରେଜ ସମ୍ମୁଖରେ ଛିଡ଼ା କରି ଘରକୁ ଚାଲିଯାଇଥିଲା। ସକାଳେ ଟ୍ରକ କୁ ଗନ୍ତବ୍ୟ ସ୍ଥଳକୁ ନେବାପାଇଁ ‌ ଡ୍ରାଇଭର ମାଟିଗେଟଗ୍ୟାରେଜକୁ ଆସିଦେଖିବାବେଳକୁ ଟ୍ରକଟି ସେଠାରେ ନଥିଲା। ଫଳରେ ଡ୍ରାଇଭର ନିଜମାଲିକ ରିଙ୍କୁ ଶର୍ମା କୁ ଟ୍ରକ ଚୋରି ହୋଇଥିବା ଖବର ଦେଇଥିଲେ। ଖବରପାଇ ମାଲିକ ସାଙ୍ଗେ ସାଙ୍ଗେ ଗ୍ୟାରେଜ କୁ ଆସି ଡ୍ରାଇଭର ସାଙ୍ଗରେ ଖୋଜାଖୋଜି କରିଥିଲେ । ଟ୍ରକ ରେ ଜିପିଏସ୍ ଲାଗି ଥିବାରୁ ଶେଷରେ ରାଜଗାଙ୍ଗପୁର ଠାରୁ ୧୪/୧୫ କିଲୋମିଟର ଦୂର ବୁଚୁକୁପଡା ଜରେଇକେଲା ରାସ୍ତା ମଝିରେ ଗାଡ଼ିକୁ ଠାବ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ରୁ ଜଣାପଡିଥିଲା ଯେ ଚୋରଜଣକ ସିମେଣ୍ଟ ବୋଝେଇ ଟ୍ରକ କୁ ଚୋରିକରି ନେଉଥିବା ବେଳେ ରାସ୍ତା ରେ ଟ୍ରକ ରେ ତେଲ ସରିଯାଇଥିଲା, ଯାହା ଫଳରେ ଚୋର ଆଉ ଗାଡ଼ିକୁ ଆଗକୁ ନେଇପାରିନଥିଲା। ଶେଷରେ ଚୋରଟି ରାଗିଯାଇ ଟ୍ରକ ରେ ନିଆଁ ଲଗେଇ ଦେଇଥିଲା। ଟ୍ରକ ରେ ନିଆଁ ଲାଗିବାରୁ ସେମେଣ୍ଟ ଢଙ୍କାହୋଇଥିବା ପଲିଥିନ ରେ ନିଆଁ ଲାଗି ସିମେଣ୍ଟ ସବୁ ପୋଡିଯାଇଥିଲା।‌ପରେ ମାଲିକ ରିଙ୍କୁ ଶର୍ମା ଏକ ନୂଆଁ ତିରପାଲକିଣିଆଣି ଟ୍ରକ ରେ ବାନ୍ଧି ଡ୍ରାଇଭର କୁ ନେବାପାଇଁ ଘରକୁ ଚାଲିଯାଇଥିଲା। ମାଲିକ ଘରକୁ ଚାଲିଯିବା ଦେଖି ଚୋର ପୁଣି ସେହି ଗାଡ଼ିକୁ ନେଇ ଚମ୍ପଟମାରିବାକୁ ଚେଷ୍ଟା କରୁଥିବାବେଳେ ଗ୍ରାମବାସୀ ଙ୍କ ସହାୟତା ରେ ଚୋରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।ପରେ ଗାଡ଼ି ମାଲିକ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ରାଜଗାଙ୍ଗପୁର ପୋଲିସ ଚୋରକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାଯାଇଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.