ଚନ୍ଦନଯାତ୍ରାରେ ହନୁମାନ ଜୟନ୍ତୀ ପରିଷଦ ତରଫରୁ ତିନିଦିନ ଧରି ଚାଲିଥିବା ଚନ୍ଦନ ମଉଜ ଆଜି ଉଦଯାପିତ

ପୁରୀ,(ନାଗରାଜ ନ୍ୟୁଜ): ଚନ୍ଦନଯାତ୍ରା ରେ ହନୁମାନ ଜୟନ୍ତୀ ପରିଷଦ ତରଫରୁ ତିନିଦିନ ଧରି ଚାଲିଥିବା ଚନ୍ଦନ ମଉଜ ଆଜି ଉଦଯାପିତ ଉର୍ଷବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ପୁରୀରେ “ଚନ୍ଦନଯାତ୍ରା ରେ ଚନ୍ଦନ ମଉଜ” ଏକ ନିଆରା ପରମ୍ପରା। ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ପୁରୀର ପ୍ରତ୍ୟେକ ସାହିରୁ ସାହିଯାତ ବାହାରି ନରେନ୍ଦ୍ର ପୁଷ୍କରିଣୀ କୁ ଆସନ୍ତି । ମହାପ୍ରଭୁ ଜଳକ୍ରୀଡା କରିବା ସମୟରେ ସାହିଯାତରେ ଆସିଥିବା ସାହିଭାଇ ମାନେ ନରେନ୍ଦ୍ର ପୁଷ୍କରିଣୀ ରେ ସ୍ନାନ କରନ୍ତି ସ୍ନାନପରେ ସମସ୍ତେ ଏକାଠି ହୋଇ ମଲ୍ଲିମାଳ ପକାଇ ଚନ୍ଦନ ବୋଳିହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥାନ୍ତି ଓ ଅଭଡ଼ା ଖାଇ ଚନ୍ଦନ ମଉଜ ପାଳନ କରନ୍ତି । ଚଳିତବର୍ଷ ହନୁମାନ ଜୟନ୍ତୀ ପରିଷଦ ବହୁତ ସୁନ୍ଦର ଭାବରେ ଚନ୍ଦନ ମଉଜ କୁ ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭ ସ୍ଥିତ ଚନ୍ଦନବେଦୀରେ ନରେନ୍ଦ୍ର ପୁଷ୍କରିଣୀ ସାମ୍ନାରେ ମହା ଆଡମ୍ବରରେ ତିନିଦିନ ହେବ ଚାଲୁଥିଲା ଆଜି ଶେଷଦିନ ରେ ଯୁବନେତା ଶୁଭାଶିଷ ଖୁଣ୍ଟିଆ, ଜନାର୍ଦ୍ଦନ ପୂଜାପଣ୍ଡା, ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ଦାସ, ପୁରୀ ସହରର ଜଣାଶୁଣା ବିଶିଷ୍ଟ ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଓ ଅନୁଷ୍ଠାନର ସଦସ୍ୟମାନେ ମହାଆନନ୍ଦରେ ପାଳନ କରିଛନ୍ତି ।

Leave a Reply

Your email address will not be published.