ହାତରେ ଝାଡୁଧରି ପାଇଖାନା ସଫାକଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ବର,(ନାଗରାଜ ନ୍ୟୁଜ): ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ମାନ୍ୟବର ଓଡ଼ିଶାର ଭାଷା, ସାହିତ୍ୟ, ପର୍ଯ୍ଯଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ବାରା ବାଲେଶ୍ବର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସ୍କୁଲ ଗୁଡ଼ିକରେ ଥିବା ଶୌଚାଳୟର ସଫେଇ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଆଜି ତା ୧୯/୫/୨୨ ରିଖ ଗୁରୁବାର ମାନ୍ୟବର ମନ୍ତ୍ରୀ ନିଜ ହାତରେ ଝାଡୁଧରି ଖଇରା ହାଇସ୍କୁଲ ପରିସରରେ ପିଲା ମାନଙ୍କ ପାଇଁ ନିର୍ମିତ ହୋଇଥିବା ଅପରିଷ୍କାର ପାଇଖାନା ଗୁଡିକୁ ସଫା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ସଫେଇ ଡ଼ାକରାରେ ବ୍ଲକ ସ୍ତରୀୟ ଏବଂ ପଞ୍ଚାୟତ ସ୍ତରୀୟ ସମସ୍ତ ନିର୍ବାଚିତ ପ୍ରତିନିଧି ଯୁବକ ଏବଂ ମହିଳା ମାନଙ୍କ ମାଧ୍ୟମରେ ଅଧିକ କ୍ରିୟାଶୀଳ ହୋଇପାରିବ । ତେଣୁ ସମସ୍ତ ଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମାନ୍ଯବର ମନ୍ତ୍ରୀ ଅନୁରୋଧ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.