ସରକାରୀ ବିହନ ଫାର୍ମରେ ଅଖିମୁଠି ଆରମ୍ଭ କଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଶେରଗଡ ଠାରେ ଥିବା ସରକାରୀ ବିହନ ଫାର୍ମରେ ଅଖିମୁଠି ଆରମ୍ଭ କଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ସଦର ବିଧାୟକ ସ୍ବରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଏବଂ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଅଖିମୁଠି ଅନୁକୂଳ ସମୟରେ ଉପସ୍ଥିତ ଥିଲେ । ରାଜ୍ୟର କୃଷକମାନେ ଏହାକୁ ଶୁଦ୍ଧି ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ଏବଂ ଏହିଦିନ ଅମୃତ ବେଳାରେ ଅଖିମୁଠି ଆରମ୍ଭ କରି କୃଷି କାର୍ଯ୍ୟର ଶୁଭାରମ୍ଭ କଲେ ଭଲ ଅମଳ ହୋଇଥାଏ ବୋଲି ଶ୍ରୀଯୁକ୍ତ ମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା କୃଷିକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ଏବଂ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ଯୋଜନା ପ୍ରଣୟନ କରୁଛନ୍ତି । କୃଷିର ଉନ୍ନତି ହେଲେ ରାଜ୍ୟର ବିକାଶ ହେବ, ସେଥିପାଇଁ ସରକାର କୃଷିକୁ ଅଗ୍ରାଧିକାର ଦେଇ ଚାଲିଛନ୍ତି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ମହୋଦୟ ପ୍ରକାଶ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.