ଉଦଘାଟିତ ହେଲା ଜଳଛତ୍ର କେନ୍ଦ୍ର

ବାଲେଶ୍ଵର, (ନାଗରାଜ ନ୍ୟୁଜ): ଜଳ ହିଁ ଜୀବନ । ସରକାର ଯେଉଁଠି ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସକ୍ଷମ ହେଉ ନାହାନ୍ତି କିନ୍ତୁ ବାଲିଆପାଳ ଶିକ୍ଷିତ ବେକାରୀ ସଂଘ ତାହା କରେଇ ଦେଖେଇ ଦେଇଛନ୍ତି ।ଶିକ୍ଷିତ ବେକାରୀ ସଂଘ ନିଜର ସାମାଜିକ ପ୍ରତିବଦ୍ଧତା ତଥା ସମାଜପ୍ରତି ନିଜର ଦାୟିତ୍ଵ ବୋଧ ଓ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେବା ସହ ବଜାରବାସୀ ତଥା ପଥିକ ମାନଙ୍କର ପାନୀୟଜଳ କଷ୍ଟକୁ ଅନୁଭବ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ଜାମକୁଣ୍ଡା ଲକ୍ ଠାରେ ତା ୦୩/୬/୨୨ ରିଖରେ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଜାମକୁଣ୍ଡା ଲକ୍ ଏକ ଜନଗହଳି ପୂର୍ଣ୍ଣ ବଜାର ହେବା ସହ ସରକାରୀ ପାନୀୟଜଳ ସେଠାରେ ନାହିଁ ।ଫଳରେ ଅତ୍ୟଧିକ ଗରମରେ ଦୋକାନୀ ତଥା ଗ୍ରାହକ ମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଲୋକଙ୍କର ଏପରି ମୌଳିକ ସମସ୍ୟାକୁ ଅନୁଭବ କରି ବାଲିଆପାଳ ଶିକ୍ଷିତ ବେକାରୀ ସଂଘର ସଭାପତି ରିଙ୍କୁ ରଞ୍ଜନ ଫିତାକାଟି ଜଳଛତ୍ର କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ସଂଘର ଉପ-ସଭାପତି ନଗେନ୍ଦ୍ର ଜେନା, ଉପଦେଷ୍ଟା ପ୍ରଦୀପ ଜେନା, ଶ୍ରୀକାନ୍ତ ମାହାନା, ଦୀପକ୍ ଜେନା, ବୁରାନ୍ ଖାଁ, ସୌମ୍ୟରଞ୍ଜନ ବିଶ୍ବାଳ ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଶିକ୍ଷିତ ବେକାରୀ ସଂଘର ଏତାଦୃଶ ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏପରି ମହତ କାର୍ଯ୍ୟ କରି ବେକାରୀ ସଂଘ ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଦେଖିବାକୁ ବାକି ରହିଲା ଏହି ପ୍ରୟାସ ଆଗକୁ କେତେ ସ୍ପିଡ଼ିରେ ଯାଉଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.