ବାଙ୍କୀ ,(ନାଗରାଜ ନ୍ୟୁଜ): ଆଜି ବାଙ୍କୀର ସିମିଳୀପୁର ପଞ୍ଚାୟତ କରବର ଗ୍ରାମକୁ ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେପ୍ରଥମ କରି ଚୟନ କରାଯାଇଛି । ଏହାକୁ ଉଦଘାଟନ କରିଛନ୍ତି ବାଙ୍କୀର ବିଧାୟକ ଦେବିରଞ୍ଜନ ତ୍ରୀପାଠୀ । ଗ୍ରାମରେ ଯାହା ଯାହା ସମସ୍ୟା ରହିଛି ତାହା ପୁରଣ ହେବା ସହ କୋଟିକୋଟି ଟଙ୍କା ସରକାରଙ୍କ ଅର୍ଥ ବ୍ୟୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି । ଖୁବ୍ ଶୀଘ୍ର ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହେବ । ଏଥିସହ ପ୍ରଥମେ କରବର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା, ପାନୀୟ ଜଳ, ସ୍କୁଲ, ଉଜଳ ଲାଇଟ୍, ମନ୍ଦିର ଆଦିର ଅନେକ କାର୍ଯ୍ୟ ହେବାର ଲକ୍ଷ୍ୟ ରହିଛି । କିଛି ସ୍ଥାନରେ ଲାଇଟ ବ୍ୟବସ୍ଥା କରାଯାଇଛି ଓ ମନ୍ଦିରର ଉନ୍ନତି କରଣ କରାଯାଇଥିବା ଦେଖିବାକୁ ମିଳିଛି । ଅଗକୁ ଅନେକ କାର୍ଯ୍ୟ ହେବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଉପସ୍ଥିତ ଥିବା କଟକ ଡି ଆର ଡିଏ । ଏନେଇ ଏକ ସାଧାରଣ ସଭାରେ ଆୟୋଜନ କରାଯାଇଥିଲା । ଏହି ସଭାରେ ସୀମିଳୀପୁର ଜିପିର ସରପଞ୍ଚ, ବ୍ଲକ ଚେୟାର ମ୍ୟାନ, ବିଡ଼ିଓ, ଓ ଗ୍ରାମର ଅନେକ ମହିଳା ସାମିଲ ଥିଲେ ।