ଡେଙ୍ଗୁ ଓ ଅନ୍ୟାନ୍ୟ ମହାମାରୀ ରୋଗରୁ ରକ୍ଷା ପାଇବା ପାଇଁ ଦଧିସିଙ୍ଗା ଗ୍ରାମ ସଫେଇ କଲେ ନିଜେ ଗ୍ରାମବାସୀ

ଗଁଦିଆ, (ନାଗରାଜ ନ୍ଯୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ପରିଚାଳନା କମିଟି ସହଯୋଗ କ୍ରମେ ସମ୍ପୁର୍ଣ୍ଣ ଗ୍ରାମକୁ ପରିମଳ ମୁକ୍ତ କରିବା ପାଇଁ ପ୍ରୟାସ ଓ ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ଦୁଇ ଶହ ବସ୍ତି ତଥା କଥିତ ତେର ଶହ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ସମ୍ପୁର୍ଣ୍ଣ ପରିମଳ କରିବା ନିମନ୍ତେ ପ୍ରୟାସ ଜାରି କରିଥିଲେ ।

ଏହାର ଉଦେଶ୍ୟ ମହାମାରୀ ଡାଇରିଆ ଡେଙ୍ଗୁ ମ୍ୟାଲେରିଆ ସର୍ବପରୀ ବିଶ୍ଵମହାମାରୀ ରୋଗରୁ ମୁକ୍ତି ପାଇବାପାଇଁ ଗ୍ରାମ କମିଟିର ଉପସଭାପତି ମାୟାଧର ମହାନ୍ତି, ସମ୍ପାଦକ ଶ୍ରୀବତ୍ସ ମହାନ୍ତି, ଯୁବସମାଜ ସେବି ସନ୍ତୋଷ କୁମାର ବିଶ୍ବାଳ, ପ୍ରମୋଦ ମହାନ୍ତି, ଅକ୍ଷୟ ମହାନ୍ତି ଓ ଅନ୍ୟାନ୍ୟ ଗ୍ରାମବାସୀଙ୍କ ତତ୍ବାବଧାନରେ ଚାଲିଥିବା ଗ୍ରାମ୍ୟ ପରିମଳ ମୁକ୍ତ ସଫେଇ କାର୍ଯ୍ୟକ୍ରମ ନିଷ୍ପତ୍ତି ସାରା ଗଁଦିଆର ବିଭିନ୍ନ ପଞ୍ଚାୟତ ପାଇଁ ପ୍ରେରଣାର ଉତ୍ସ ହେବ ।

ଢେଙ୍କାନାଳ ଜିଲ୍ଲା ଗଁଦିଆରୁ ସୌମ୍ୟରଂଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍

Leave a Reply

Your email address will not be published.