କାନ୍ଥ ଭୁଶୁଡ଼ି ସଫେଇ କର୍ମଚାରୀ ମୃତ

କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ ୱାର୍ଡ ନମ୍ବର 7 ଦେଉଳ ସାହି ସ୍ଥିତ ଅଫିସର କଲୋନୀ ଠାରେ ଏକ ଅଘଟଣ ଘଟି ସଫେଇ କର୍ମଚାରୀ କାମ କରୁଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇ ତାଙ୍କର ମୃତୁ ଘଟିଛି । ମୃତ ସଫେଇ କର୍ମ ଚାରୀ ହେଲେ ଭି ଗୁରୂମୂର୍ତ୍ତି ବୟସ 55 ତାଙ୍କ ଘର ତିନି କଣିଆ ବଗିଚା। ଘଟଣାରୁ ଜଣା ପଡ଼ିଛି ମୃତ ଗୁରୁମୂର୍ତ୍ତି ଆଉ ତିନି ଜଣ ସଫେଇ କର୍ମ ଚାରି ମାନେ ଦେଉଳ ସାହି ସ୍ଥିତ ସରକାରୀ କୱାଟର ନିକଟରେ ନାଳ ସଫେଇ କରୁଥିଲେ।ନାଳ ସଫେଇ କରିବା ସମୟରେ କାନ୍ଥ ଟି ଭୁଶୁଡ଼ି ପଡ଼ିବ ଫଳରେ ତାଙ୍କର ମୃତୁ ଘଟିଥିଲା।ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଖବର ଦେଇଥିଲେ।ଆମ୍ବୁଲାନ୍ସ ନ ଆସିବାରୁ ଲୋକ ମାନେ ତାଙ୍କୁ ଅଳିଆ ଆବର୍ଜନା ବୁହା ଟ୍ରାକ୍ଟର ରେ ଡାକ୍ତର ଖାନାକୁ ନେଇଥିଲେ।ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆମ୍ବୁଲାନ୍ସ ଟି ଠିକ୍ ସମୟରେ ପହଞ୍ଚି ପାରି ନଥିବାରୁ ତାଙ୍କର ମୃତୁ ଘଟିଲା ବୋଲି ସଫେଇ କର୍ମ ଚାରି ଏବଂ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା କୁ ନେଇ ସଫେଇ କର୍ମ ଚାରି ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଛି। ସଫେଇ କର୍ମ ଚାରି ମାନେ କାର୍ଯ୍ୟ କରିଥିବା ବେଳେ ସେମାନଙ୍କର ସୁରକ୍ଷା ପାଇଁ କୌଣସି ଦୃଷ୍ଟି ଦିଆ କୁ ନାହିଁ ବୋଲି ଅଭିଯୋଗ ହେଉଛି।କଟକ ସହରରେ ବାରମ୍ବାର ଏପରି ଅଘଟଣ ଘଟିଛି।ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି। ମୃତ ଦେହ କୁ ପୋଷ୍ଟମର୍ଟମ ପାଇଁ ଏସ ସି ବି ମେଡିକାଲ କୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published.