ବାଲେଶ୍ୱର, (ନାଗରାଜ ନ୍ୟୁଜ): ବଡ ଭାଇ ମୃତ୍ୟୁ ପରେ ଭାଇ ପରିବାରରେ କେହି ଜୀବିତ ନଥିବା କୋର୍ଟରେ ଦର୍ଶାଇ ସାଢେ ୫ ଏକର ସମ୍ପତିକୁ ସାନଭାଇ ନିଜ ନାମରେ କରି ନେଇଥିବାର ଅଭିଯୋଗ ହୋଇଛି । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । ସ୍ୱର୍ଗତ ଅଜୟ ଦାସ ମହାପାତ୍ରଙ୍କର ଦୁଇ ପୁଅ । ବଡପୁଅ ସଞ୍ଜିବ ଦାସ ମହାପାତ୍ର ଓ ସାନ ପୁଅ ସୁବ୍ରତ ଦାସ ମହାପାତ୍ର । ହେଲେ ଦିର୍ଘ ବର୍ଷ ହେବ ସଞ୍ଜିବଙ୍କ ମୃତ୍ୟୁ ହୋଇଯାଇଅଛି ।
ସ୍ତ୍ରୀ ସୁଷମା ଦାସ ମହାପାତ୍ର ପରିବାର ଜୀବିତ ଥାଇ ମଧ୍ୟ ସାନଭାଇ ସୁବ୍ରତ ବଡଭାଇର ପରିବାରରେ କେହି ନାହାନ୍ତି, ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି ଦର୍ଶାଇ ସମ୍ପତି ହଡପ କରିଛନ୍ତି । ସୁବ୍ରତ ଓ ପୁଅ ସ୍ୱଦେଶ ଦାସ ମହାପାତ୍ର ଉଭୟଙ୍କ ନାମରେ ବସ୍ତା ଥାନାରେ ସ୍ୱର୍ଗତ ସଞ୍ଜିବ ଦାସଙ୍କ ସ୍ତ୍ରୀ ସୁଷମା ଦାସ ମହାପାତ୍ର ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଲିସ ପକ୍ଷରୁ କୌଣସି ତଦନ୍ତ ନହେବାରୁ ବାଧ୍ୟ ହୋଇ ସୁଷମା ଜଳେଶ୍ୱର କୋର୍ଟର ଆଶ୍ରୟ ନେଇଛନ୍ତି । ପ୍ରକାଶ ଥାଉକି ଗତ କିଛିଦିନ ଆଗରୁ ରାଜଘାଟ ପୁରୁଣା ଟୋଲଗେଟ ନିକଟରେ ଥିବା ଉକ୍ତ ଜମିରେ ଦିର୍ଘ ଦିନରୁ ଲଗାଯାଇଥିବା ସାଗୁଆନ, ନିମ୍ବ, ପଟାସ ଓ ଅର୍ଜ୍ବୁନ ଆଦି ବିଭିନ୍ନ ପ୍ରକାର ଗଛକୁ ରାତିରେ କଟା ଯାଇ ମାଫିଆକୁ ବିକ୍ରି କରାଯାଉଥିବାର ଏନେଇ ସୁଷମା ବନ ବିଭାଗ ଫରେଷ୍ଟର ରେଞ୍ଜରଙ୍କୁ ଅବଗତ କରିଥିଲେ । ହେଲେ ରେଞ୍ଜର ଏ ଦିଗରେ ପଦକ୍ଷେପ ନେଇନାହାଁନ୍ତି । ତେବେ ସୁଷମାଙ୍କୁ ସଠିକ ନ୍ୟାୟ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।