ରାଜଗାଙ୍ଗପୁର ତହସିଲଦାରଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ଧର୍ମପତ୍ନୀ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗ ନିଜର କାର୍ୟ୍ୟକଳାପକୁ ନେଇ ବାରମ୍ବାର ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ତାଙ୍କ ଧର୍ମପତ୍ନୀ ଡାଲିଆ ଦେବନାଥ ଆଣିଛନ୍ତି ଏକ ସାଂଘାତିକ ଅଭିଯୋଗ । ତାଙ୍କ ସୂଚନା ଅନୁଯାୟୀ ତହସିଲଦାର ଶରତ କୁମାର ବାଗ ତାଙ୍କୁ ବିବାହ କରିବା ପରଠାରୁ ସବୁବେଳେ ଅନ୍ୟ ଝିଅମାନଙ୍କ ସହିତ ସମ୍ପର୍କ ରଖି ଆସୁଛନ୍ତି । ବଲାଙ୍ଗୀରରେ ଥିବା ସମୟରେ ମଧ୍ୟ ଝିଅମାନଙ୍କ ସହିତ ସମ୍ପର୍କ ରଖି ଜେଲ୍ ଯାଇଥଲେ । ବେଲ୍ ରେ ଆସି ବୌଦକୁ ବଦଳି ହୋଇଥିଲେ । ହେଲେ ସେଠାରୁ ରାଜଗାଙ୍ଗପୁରକୁ ବଦଳି ହୋଇ ଆସିବାପରେ ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ଗ୍ରାମର ପିଆସିବାଗ ନାମକ ଯୁବତୀଙ୍କ ସହିତ ସ୍ୱାମୀ ଓ ସ୍ତ୍ରୀ ଭାବରେ ରହୁଛନ୍ତି । ଏହାସହ ପ୍ରଥମ ସ୍ତ୍ରୀର ଔରଷରୁ ଜନ୍ମିତ ୩ଜଣ ଝିଅଙ୍କୁ ପିଆସିବାଗଙ୍କୁ ମା’ ଡ଼ାକିବାକୁ ବାଧ୍ୟ କରୁଛନ୍ତି । ୩ ଝିଅ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମାରଧର କରିବା ସହିତ ସେମାନଙ୍କ ମୋବାଇଲ ଛଡ଼ାଇ ରଖିଛନ୍ତି । ଯେଉଁଥିପାଇଁ ସେମାନେ ନିଜର ଜନ୍ମକଲା ମା’ସହିତ କଥାବାର୍ତ୍ତା ହୋଇପାରୁନାହାଁନ୍ତି ।

ଏବେ ୩ ଝିଅଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିଛନ୍ତି ମା’ ଡାଲିଆ ଦେବନାଥ । ସେଥିପାଇଁ ସେ ସୁନ୍ଦରଗଡ଼ ଏସପି ଅଫିସର୍ ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟ ପକ୍ଷରେ ଏହି ତହସିଲଦାର ଶରତ କୁମାର ବାଗ ରାଜଗାଙ୍ଗପୁର ତହସିଲକୁ ଆସୁ ଆସୁ ଚର୍ଚ୍ଚାର ପରିଧିକୁ ଆସିଥିଲେ । ସେ ରାଜଗାଙ୍ଗପୁର ବାରଆସୋସିଏସନ ସହିତ ମତଭେଦ ରଖି ଅଫିସକୁ ଠିକ୍ ଭାବରେ ନଆସି ଜମି ରେଜେଷ୍ଟ୍ରି ଭଳି ଜରୁରୀ କାମକୁ ଅଣଦେଖା କରି ଲୋକମାନଙ୍କୁ ହଇରାଣ କରୁଥିବାରୁ ରାଜଗାଙ୍ଗପୁର ଓକିଲ ସଂଘ ଏହାର ଘୋର ବିରୋଧ ମଧ୍ୟ କରିଥିଲେ । ଆହୁରି ମଧ୍ୟ ଅଲଣ୍ଡା ପଞ୍ଚାୟତରେ ଟଙ୍କା ଖାଇ ପୁଞ୍ଜିପତିମାନଙ୍କ ହାତ ବାରିସି ସାଜି ନିରିହ ଆଦିବାସୀଙ୍କ ଜମିକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେବା ଭଳି ଜମି କେଳେଙ୍କାରିରେ ଛନ୍ଦି ହୋଇଛନ୍ତି ।

Leave a Reply

Your email address will not be published.