ବିଏନଆଇ ସଙ୍ଗଠନ ପକ୍ଷରୁ କର୍ମଶାଳା ଆୟୋଜିତ

କଟକ, (ନାଗରାଜ ନ୍ୟୁଜ): ଆନ୍ତର୍ଜାତିକ ବାଣିଜ୍ୟ ନେଟୱର୍କ ବିଏନଆଇ ସଙ୍ଗଠନ ଦ୍ୱାରା ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ସଭାରେ ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଯୋଗ ଦେଇଥିଲେ । ବ୍ୟବସାୟ, ସରଳୀକରଣ, ଗ୍ରାହକଙ୍କୁ ଆକୃଷ୍ଟ କରିବା ଓ ବ୍ୟବସାୟର ନୂତନ ଜ୍ଞାନ ଆହୋରଣ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ନିଷ୍ଠାର ସହ କାମ କରିବା ଉଚିତ ବୋଲି ବିଏନଆଇର ଆୟୋଜିତ କଟକ ଚାପ୍ଟର ସଭାରେ ମତପ୍ରକାଶ ପାଇଛି । କଟକର ଏକ ଘରୋଇ ହୋଟେଲରେ ପ୍ରତ୍ୟେକ ମାସରେ କରାଯାଉଥିବା ବିଏନଆଇ ଅନୁଷ୍ଠାନର କଟକରେ ୬୦ରୁ ଉଦ୍ଧ୍ୱ ସଦସ୍ୟ ଅଛନ୍ତି ।

କୋଭିଡ ମହାମାରୀରେ ଗତ ୬ ମାସ ମଧ୍ୟରେ ପାଖାପାଖି ଆଠ କୋଟି ଟଙ୍କାର ବ୍ୟବସାୟ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି କ୍ରମରେ ୬ ମାସ ପାଇଁ ସଭାପତି ଉପସଭାପତିଙ୍କ ସମେତ ବିଭିନ୍ନ ପଦବୀର କର୍ମକର୍ତ୍ତାମାନଙ୍କୁ ଚୟନ କରାଯିବା ସହ ବ୍ୟବସାୟୀକ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିବା ବହୁ ବ୍ୟବସାୟୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସଙ୍ଗଠନର ପୂର୍ବତନ ସଭାପତି ଅନୁରାଗ ଶ୍ରଫଙ୍କୁ ପରିବର୍ତ୍ତନ କରାଯାଇ ୬ ମାସ ପାଇଁ ଡକ୍ଟର ଶୁଭାଶିଷ ବେହେରାଙ୍କୁ ନୂତନ ସଭାପତି ଭାବେ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଏନଆଇ ଆଞ୍ଚଳିକ ନିର୍ଦ୍ଦେଶକ ତଥା ଜେଏମଜି ଗ୍ରୁପ ମାଲିକ ପ୍ରଦୀପ ଅଗ୍ରୱାଲ, ସହ ନିର୍ଦ୍ଦେଶକ ମହମ୍ମଦ ସାଦ୍ ହାସିମ୍ ଓ ଗୌରବ ଜୈନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.