ଜୟଦେବ ଭବନଠାରେ ୟୋଗା ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଗତକାଲି ଭୁବନେଶ୍ୱର ଜୟଦେବ ଭବନଠାରେ ୟଗା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତ ବିଭାଗ ପ୍ରଫେସର ସୁବାଶ ଦାସ, ଉତ୍କଳ ମହାବିଦ୍ୟାଳୟର କୁଳପତି ପ୍ରଫେସର ବ୍ରହ୍ମକେଶ ତ୍ରିପାଠି, ଫକୀର ମୋହନ ମହାବିଦ୍ୟାଳୟର କୁଳପତି ଏକେ ପଟ୍ଟନାୟକ, ଭୁବନେଶ୍ୱର ଶିବାନନ୍ଦ ୟଗାବେଦାନ୍ତ ଏକାଡେମୀର ଡା.ପ୍ରଶାନ୍ତ ପ୍ରଧାନ ଏହି ମହୋତ୍ସବରେ ଯୋଗ ଦେଇଥିଲେ । ଯୋଗ ଉପରେ ଉପସ୍ଥିତ ଅତିଥିମାନେ ସମ୍ୟକ ଭାବେ ଆଲୋଚନା କରିଥିଲେ । ଅତିଥି ବୃନ୍ଦଙ୍କ କହିବା ଅନୁସାରେ ଯୋଗ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଯୋଗ ପାଇଁ ଶରୀରର ଅଧା ରୋଗ ଦୂର ହୋଇଯାଏ । ଯୋଗ ଦ୍ୱାରା ମନୁଷ୍ୟ ଦୀର୍ଘାୟୁ ହୋଇଥାଏ । ଯୋଗକୁ ସମସ୍ତେ ଗ୍ରହଣ କରିବା ପାଇଁ ଉପସ୍ଥିତି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published.