ମହୁମାଛି କାମୁଡ଼ାରେ ଯୁବକ ମୃତ

ବାଙ୍କୀ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ପାଥପୁର ପଂଚାୟତ ମଧ୍ୟରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ପାଣ୍ଡଵ ବଖରା ବୁଲିବାକୁ ଆସି ମହୁମାଛି କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଶହେ ଆଠ ଆମ୍ବୁଲାନ୍ସ ଦ୍ୱାରା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାମ ଶୁଭେନ୍ଦୁ ସାହୁ । ଘର ତାଳଚେର ଅନୁଗୁଳ ଟାଉନ ଅଞ୍ଚଳର । ଭୁବନେଶ୍ୱରର ପଟିଆ ଅଞ୍ଚଳରେ ରହି ପାଠ ପଡୁଥିବାର ମିଳିଛି ସୂଚନା । ଏବେ ଶବ ବ୍ୟବଛେଦ ପାଈଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published.