ସାପ କାମୁଡାରେ ଯୁବକ ମୃତ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧିନସ୍ଥ ବ୍ରାହ୍ମଣଦା ପଞ୍ଚାୟତ ବ୍ରାହ୍ମଣଦା ଗ୍ରାମର ସୂର୍ଯ୍ଯକାନ୍ତ ମହନ୍ତଙ୍କ ପୁତ୍ର ବ୍ରଜ କିଶୋର ମହନ୍ତ ଓରଫ କାହ୍ନାର ବୟସ ପ୍ରାୟ ୨୨ ବର୍ଷ ହେବ । ସୂଚନାରୁ ପ୍ରକାଶ ତା ୧୨/୭/୨୨ ରିଖ ଅପରାହ୍ନରେ ଘରେ ଭାତ ଖାଇ ଶୋଇଥିବା ଅବସ୍ଥାରେ ଏକ ବିଷଧର ସର୍ପ କାମୁଡି ଥିଲା ବୋଲି ଘରର ସଦସ୍ୟ ମାନେ ଯାହା କହିଛନ୍ତି । କାହ୍ନୁ ସାପକୁ ଦେଖି ନାହାନ୍ତି ଶୋଇଥିବା ଅବସ୍ଥାରେ ଦେହକୁ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବସ୍ତା ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇ ଆସିଥିଲେ । ଚିକିତ୍ସାଧିନ ଅବସ୍ଥାରେ କାହ୍ନୁର ମୃତ୍ଯୁ ଘଟିଛି । ଡାକ୍ତରଙ୍କ ରିପୋର୍ଟ ଅନୁଯାଇ ସାପ କାମୁଡି ଥିବା ଜଣାପଡିଛି । ମୃତ୍ୟୁ ଖବରପାଇ ବସ୍ତା ପୋଲିସ ବସ୍ତା ସ୍ବାସ୍ଥ୍ଯ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ଯୁ ମାମଲା ରୁଜୁ କରିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇଛି । ଶବ ବ୍ଯବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.