ତୁରିଗଡିଆ ବଜାରରେ ଥିବା ୪ଟି ଦୋକାନରୁ ଚୋରୀ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ଚୋରୀ ହୋଇଛି । ସୂଚନାରୁ ଜଣାଯାଏ ଯେ ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋଷରି ଦୋକାନ, ଦାମୋଦର ସାହୁ ଙ୍କ ଗ୍ରୋଷରୀ ଦୋକାନ ଓ କମଳାକାନ୍ତ ପାଣିଗ୍ରାହୀ ଙ୍କ ଗ୍ରୋଷାରି ଦୋକାନରୁ ପ୍ରାୟ ୨ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଚୋରୀ ହେଉଥିବା ଜଣା ଯାଇଛି । ଖବର ପାଇ ଖଇରା ଥାନାର ଭାରପ୍ରାପ୍ତ iic ଗଣେଶ୍ୱର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉ କି ତୁରିଗଡିଆ ବଜାରରେ ନିୟମିତ ପୋଲିସ ତରଫରୁ ପହରା ଦିଆଯାଇଥିବା ବେଳେ ବାରମ୍ବାର ଚୋରୀ ହେଉଥିବା ନେଇ ଜନସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.