ଗାଁକୁ ନାହିଁ ରାସ୍ତା, ସରକାରଙ୍କୁ ନିବେଦନ କଲେ ଗ୍ରାମବାସୀ

ଗଁଦିଆ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଦିଗାମ୍ବର ପୁର ପଞ୍ଚାୟତର ପର୍ବତକଣି ଗାଁକୁ ନାଁ ଅଛି ରାସ୍ତା ନା ପହଞ୍ଚିଛି ସରକାରୀ ଯୋଜନା । ଏହି ଗ୍ରାମରେ ୩୦ପରିବାର ୩୩୭ ଲୋକସଂଖ୍ୟା ୧୫୫ ଭୋଟର ଥିବାବେଳେ ସମସ୍ତ ପରିବାର ଓବିସି ଶ୍ରେଣୀଭୁକ୍ତ । କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଓବିସ ଶ୍ରେଣୀ ଲୋକମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି ।

ଏଠାରେ କିନ୍ତୁ ପ୍ରତ୍ୟେକ ବର୍ଷ ବ୍ରାହ୍ମଣୀ ଫୁଲିଲେ ପର୍ବତ କଣି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି । ଆଜି ପର୍ଯ୍ୟନ୍ତ କୈାଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଏହାସହିତ କିଛି ସ୍ଵଛଳ ଲୋକଙ୍କୁ ବାଦ୍ କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଗୃହ ମିଳୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ଗ୍ରାମବାସୀଙ୍କ କହିବା କଥା ଅନୁଯାୟୀ ଏଠାରେ ବାର୍ଦ୍ଧକ୍ୟ ଓ ବିଧବା ଭତା ମଧ୍ୟ ସାତ ସପନ ହୋଇଯାଇଛି । ସବୁଠାରୁ ବଡ଼ ସମସ୍ୟା ହେଲା ଗାଁକୁ ରାସ୍ତା ଖଣ୍ଡିଏ ନାହିଁ, ଯାହାପାଇଁ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଏହିକାରଣରୁ ସମସ୍ତ ସମସ୍ୟାର ଦୂରିକରଣ ନିମନ୍ତେ ଗ୍ରାମବାସୀମାନେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published.