ଚଳିତବର୍ଷ ବାଲିଯାତ୍ରାରେ ଦର୍ଶକଙ୍କୁ ଆକୃଷ୍ଟ କରିବା ଆକର୍ଷଣୀୟ ଜଳକ୍ରୀଡ଼ା

କଟକ,(ନାଗରାଜ ନ୍ୟୁଜ): ଚଳିତବର୍ଷ କଟକରେ ଧୁମଧାମରେ ପାଳନ ହେବ ଐତିହାସିକ ବାଲିଯାତ୍ରା (Cuttack Baliyatra) । କୋଭିଡ଼ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ବାଲିଯାତ୍ରାକୁ ବନ୍ଦ କରାଯାଇଥିଲା । ଚଳିତ ବର୍ଷ ଆଉ କଟକଣା ନଥିବାରୁ ଜିଲ୍ଲାପାଳ ପ୍ରଶାସନ ବାଲିଯାତ୍ରାକୁ ଅନୁମତି ଦେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି କଟକ ସହର । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାର ମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିସହ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ । ଏଥିଲାଗି ସଜେଇ ହେଲାଣି ଜିଲ୍ଲା ପ୍ରଶାସନ । ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ।କଟକକଟକ ଐତିହାସିକ ବାଲିଯାତ୍ରାରେ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା । ପ୍ରାୟ ବର୍ଷେ ପୂର୍ବରୁ ବାଲିଯାତ୍ରା ପଡିଆ ନିକଟ ମହାନଦୀରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ସିଲଭରସିଟି ବୋଟ କ୍ଳବ ନାମରେ ଏକ ଜଳକ୍ରୀଡା କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହି କେନ୍ଦ୍ରରେ ବର୍ତ୍ତମାନ ସୁନ୍ଦର ସୁନ୍ଦର ବୋଟ୍‌, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନରଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକେ ଜଳକ୍ରୀଡାର ମଜା ନେଉଛନ୍ତି । ଏଥିରେ ଦୁଇ ଜଣିଆ, ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି । ଏଥି ସହିତ ଜଳକ୍ରୀଡା କେନ୍ଦ୍ରରେ ଦୁଇଟି ଭଲ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ରହିଛି । ତେବେ ବାଲିଯାତ୍ରା ସମୟରେ ଲୋକଙ୍କୁ ଜଳକ୍ରୀଡାର ଅନୁଭୂତି ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ବୋଟ୍‌ କ୍ଳବ । ପ୍ରଥମ ଥର ଲାଗି କରୋନା ପରେ ବେଶ ଧୁମଧାମରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏହାର ମଜା ଲୋକଙ୍କୁ ଦେବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି । ଓଡିଶା ଜଳକ୍ରୀଡା ସଂଘ ସମ୍ପାଦକ ଦେବାଶିଷ ସାମନ୍ତରାୟ କହିଛନ୍ତି, ” ବାଲିଯାତ୍ରାରେ ଲୋକମାନଙ୍କୁ ଜଳକ୍ରୀଡାର ଭଲ ଅନୁଭୂତି ଦେବା ପାଇଁ ବୋଟ କ୍ଳବକୁ ଆସିଛି ସୁନ୍ଦର ସୁନ୍ଦର ବୋଟ୍‌ । ଏଥି ସହିତ ଲୋକଙ୍କ ସୁରକ୍ଷା ପାଇଁ ସାମଗ୍ରୀ ଓ ଅଭିଜ୍ଞ ଟ୍ରେନର ମଧ୍ୟ ନିୟୋଜିତ ହୋଇଛନ୍ତି । ଜଳକ୍ରୀଡା କରିବାକୁ ଯାଉଥିବା ଲୋକଙ୍କ ପାଇଁ ମିଳିତ ବୀମା ବ୍ୟବସ୍ଥା କରାଯାଇଛି ।କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି, “ଏତେ ସୁନ୍ଦର ଜାଗା ମହାନଦୀ ଉପକଣ୍ଠରେ ରହିଛି, ଯାହାକୁ ଆମେ ସୋକେଶ କରିବୁ ଏଥର ବାଲିଯାତ୍ରାରେ । ୱାଟର ସ୍ପୋର୍ଟ୍ସ ଗୋଟିଏ ବହୁତ ବଡ଼ ଆଟ୍ରାକ୍ସନ ରହିବ ବାଲିଯାତ୍ରାରେ । ଏଥର ଯାତ୍ରୀଙ୍କୁ ନିଆରା ଅନୁଭୂତି ଦେବ ।

Leave a Reply

Your email address will not be published.