ବାଙ୍କୀ, (ନାଗରାଜ ନ୍ୟୁଜ): ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ ଚିଠି, ଘଟଣା ସ୍ଥଳରେ ପହଞ୍ଚିଲେ ଅଗ୍ନିଶମ ବାହିନୀ ଏବଂ ବାଙ୍କୀ ପୋଲିସ । ଏଭଳି ଘଟଣା କଟକ ଜିଲ୍ଲା ବାଙ୍କୀରେ ଦେଖିବାକୁ ମିଳିଛି । ବାଙ୍କୀ ଥାନା ଅନ୍ତର୍ଗତ ଡମପଡା ଗ୍ରାମ ଶାସନ ସାହିଠାରେ ରହିଥିବା ଏକ ମୋବାଇଲ ଟାୱାର ଉପର ଚଢ଼ି ଯୁବକ ଆତ୍ମହତ୍ୟା କରିବା ପାଇଁ ଧମକପୂର୍ଣ୍ଣ ଚିଠି ଦେଇଥିଲେ । ତେବେ ଉକ୍ତ ଯୁବକଜଣଙ୍କ ହେଉଛନ୍ତି ରାମଚନ୍ଦ୍ର ପୁର ଗ୍ରାମର । କିଛି ଦାବି ରଖି ଏବେ ଆତ୍ମହତ୍ୟା ପାଇଁ ଦେଇଛନ୍ତି ଧମକ ପୂର୍ଣ୍ଣ ଚିଠି । ତାଙ୍କ ନାମ ମଳୟ ରଞ୍ଜନ ଗୋଛି । ପୂର୍ବରୁ ସେ ସେନା ବାହିନୀ ନିୟୋଜିତ ଥିଲେ । ଏବେ ତାଙ୍କର ଦାବି ସମାଜରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ଆଉ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ଭଳି ଅନେକ ଦାବି ରଖିବା ସହ ସମାଜର ଉନ୍ନତି ପାଇଁ ନିଜ ହାତ ଲେଖା ଚିଠିରେ ଦର୍ଶାଇଛନ୍ତି । ଯଦି ତାଙ୍କର ଦାବି ଶୁଣା ନଯାଏ ଅଥବା ତାଙ୍କୁ ପ୍ରଶାସନିକ ପ୍ରତିଶୃତି ନମିଳେ ତେବେ ସେ ଟାୱାର ଉପରୁ ଡେହିଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।