ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅବକାରୀ ବିଭାଗ କୁ ଆଜିବଡସଫଳତା ମିଳିଛି। ଖବର ନେବାରୁ ଜଣାଯାଇଛି ଯେ, କୁତ୍ରା ଅଞ୍ଚଳ ରୁ ଏକ ପିକଅପ୍ ଭାନରେ ମହୁଲ ଫୁଲ ଭର୍ତ୍ତି ହୋଇ ବାହାରରାଜ୍ୟକୁ ଚୋରାଚାଲାଣ ହେଉଥିବା ରାଜଗାଙ୍ଗପୁର ଅବକାରୀ ବିଭାଗ କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରେ ଅବକାରୀ ଅଧିକାରୀ ସୁରେନ୍ଦ୍ର ଭୋଇ ସଦଳବଳେ ଲକ୍ଷ୍ମୀପୋଷ ବିହାବନ୍ଦ ଠାରେ ପିକଅପଭାନ୍ କୁ ଅଟକାଇ ଖାନତଲାସୀ କରିବାରୁ ସେଥିରେ ୪୦ କ୍ୱିଇଣ୍ଟାଲରୁ ଅଧିକ ମହୁଲ ଫୁଲ ଥିବା ଦେଖିବାକୁ ପାଇଥିଲେ । ଏହି ମହୁଲଫୁଲସବୁ ସୁନ୍ଦରଗଡ଼ ରାଇବଗାବୋଡର ପାରିକରି ଝାରଖଣ୍ଡ ଯାଇଥାନ୍ତ । ଗାଡ଼ି ମାଲିକ ଆବଶ୍ୟକ କାଗଜପତ୍ର ଦେଖେଇନପାରିବାରୁ, ପିକଅପଭାନ୍ ତଥା ମହୁଲ ଫୁଲ ଜବତ କରି ରାଜଗାଙ୍ଗପୁର ଅବକାରୀ ଅଫିସକୁ ନେଇଥିଲେ। ପରେ ଅବକାରୀ ନିୟମାନୁଯାୟୀ ଗାଡ଼ି ମାଲିକ,ଡ୍ରାଇଭର, ଏବଂ ଜଣେ ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ