ସ୍ୱତନ୍ତ୍ର କୋଶଲରାଜ୍ୟ ଦାବିନେଇ 12ଘଣ୍ଟିଆ ବନ୍ଦ ଡାକରାରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼,(ନାଗରାଜ ନ୍ୟୁଜ): ସ୍ୱତନ୍ତ୍ର କୋଶଲରାଜ୍ୟ ଦାବିନେଇ 12ଘଣ୍ଟିଆ ବନ୍ଦ ଡାକରାରେ ଟିଟିଲାଗଡ଼ବନ୍ଦ l ସ୍ୱତନ୍ତ୍ର କୋଶଲରାଜ୍ୟ ଦାବୀନେଇ ଆଜି ପଶ୍ଚିମଓଡିଶା 12ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋଶଲସେନା l ଏହାର ପ୍ରଭାବ ଦେଖିବାକୁ ମିଲିଛି ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ସହରରେ l ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନବଜାର ବନ୍ଦ ଅଛି l ଚାରିଆଡେ ଶୂନଶାନ ଦେଖାଯାଇଛି l ଗାଡି ମଟର ଠପ ହୋଇଛି l ଏହି ବନ୍ଦପାଳନକୁ ସଫଳ କରିବାପାଇଁ ଟିଟିଲାଗଡ଼ ଗରିବସେନାର ସଭାପତି ଶ୍ରୀ ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ସହରସାରା ଗରିବସେନା ଓ କୋଶଲସମର୍ଥନକାରି ପିକେଟିଙ୍ଗ କରି କୋଶଲରାଜ୍ୟ ଦାବୀନେଇ ନାରା ଦେଇଥିଲେ l ଶାନ୍ତିଶୃଙ୍ଖଳାରେ ଚାଲିଛି ବନ୍ଦପାଳନ l ସୁରକ୍ଷାଦୃଷ୍ଟିକୁନେଇ ପୋଲିସ ମୁତୟନ କରାଯାଇଛି l

Leave a Reply

Your email address will not be published.