କଟକ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । କୃଷକ ମାନଙ୍କ ପାଇଁ ଦିନଟିଏ । ଆଜି ଯେଉଁମାନେ କୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ସୁନା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଆଜିର ଦିନରୁ ଆରମ୍ଭ କରିଥାନ୍ତି ।। ସେଥିପାଇଁ ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାରେ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଆଠଗଡ ନିର୍ବାଚନ ମଣ୍ଡଳୀର ଆଠଗଡ ବ୍ଲକର ସମସରପୁର ଗାଁରେ ଅଖିମୁଠୀ ଅନୁକୂଳ କରିଛନ୍ତି । ସେ ବିଲରେ ପୂଜାର୍ଚ୍ଚନା କରିବା ସହ ବିଲରେ ହଳ କରି ଧାନ ବୁଣିଥିଲେ। ଆୟୋଜିତ ସଭାରେ ଯୋଗଦେଇ ସଭାପତି ଚାଷିଙ୍କ ପାଈଁ ଅଭାବି ଧାନ ବିକ୍ରି , କାଳିଆ ଯୋଜନା , ସୋସାଇଟର ଋଣ ଜାଲିଆତି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ କୃଷକମୋର୍ଚ୍ଚା ର ପଦାଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ। ସେହିଭଳି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଠଗଡର ଲକ୍ଷ୍ମିନାରାୟଣ ପୁର ଓ ତିଗିରିଆ ବ୍ଲକର ତେନ୍ତୁଳିରଗଡି ଠାରେ ଅଖିମୁଠୀ ଅନୁକୂଳ କରିବା ସହ ଆୟୋଜିତ ସଭାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି ।