ବନ୍ଧୁତ୍ୱ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ବନ୍ଧୁତ୍ୱ ଦିବସ ଅବସରରେ ଏକ ବିଶାଳକାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମଙ୍ଗଳା ଘାଟ ବ୍ରିଜ ନିକଟରୁ କଣ୍ଠ ପୁର ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ରେ ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ମାନେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନାରଣୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ବ୍ରହ୍ମଗିରି ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ଏବଂ ସରପଞ୍ଚ ଶ୍ରୀଯୁକ୍ତ ଅମୂଲ୍ୟ ଜେନା ଯୋଗ ଦାନ ଦେଇ ବୃକ୍ଷ ରୋପଣ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ଲିମ୍ୱ,ଅଁଳା,କୃଷ୍ଣ ଚୁଡା, ଆଦି ବଡ଼ ବଡ଼ ମାନ ଗଛ ଏବଂ ପରିବେଶ ସୁରକ୍ଷା ନିମନ୍ତେ ଲଗାଇଦିଆଗଲା ।” ବୃକ୍ଷ ହିଁ ସବୁଠାରୁ ଭଲ ବନ୍ଧୁ ” ସ୍ଲୋଗାନ ଦେଇ କର୍ମକର୍ତ୍ତା ମାନେ ବହୁତ୍ ଖୁସି ଉଲାସ ର ସହ କାର୍ଯ୍ୟ ସମ୍ପାଦନା କରିଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମଦନ ମୋହନ ହୋତା, ସୁମନ ସାହୁ ,ରାଜଶ୍ରୀ ,ସନ୍ତୋଷ,ରାଜେଶ ତ୍ରିପାଠୀ, ସ୍ଵର୍ଣ୍ଣଲତା ପରମଗୁରୁ, ସତ୍ୟରଞ୍ଜନ ସାହୁ, ସସ୍ମିତା ସାହୁ,ଦୁର୍ଗା ପ୍ରସାଦ ପ୍ରଧାନ,ଏବଂ କିରଣ ମିଶ୍ର ପ୍ରମୁଖ ଯୋଗ ଦାନ ଦେଇଥିଲେ ।ଟ୍ରଷ୍ଟ ର ଅନ୍ୟ ସଦସ୍ୟ ଓ ସଦସ୍ୟା ମାନେ ମଧ୍ୟ କାର୍ଯ୍ୟ ଟିକୁ ସଫଲ୍ୟ ମଣ୍ଡିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟ୍ରଷ୍ଟ ର ସଭାପତି ଆଇନୀଜିବୀ ଶ୍ରୀଯୁକ୍ତ ଦୀପକ କୁମାର ପଣ୍ଡା ଏବଂ ସମ୍ପାଦିକା ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡା ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ସୁରୁଖୁରେ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.