ଖାନନଗର ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ ଓ ପରିବେଶ ସଚେତନତା ଆଲୋଚନା ଚକ୍ର

କଟକ,(ନାଗରାଜ ନ୍ୟୁଜ): ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ କଟକ ମହାନଗର ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି . ପ୍ରଧାଶିକ୍ଷକ ଶ୍ରୀ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପରିବେଶ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କଟକ ମହା ନଗର ରୋଟାରିକ୍ଲବ ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ରଥ, ଉପଦେଷ୍ଟା ଡ଼ R. K.ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ଫଳ, ଫୁଲ ଓ ଔଷଧୀୟ ଚାରା ରୋପଣ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜଳବାୟୁ ପରିବର୍ତ୍ତନ ଓ ଏହାର କାରଣ ଓ ପ୍ରତିକାର, ପ୍ରକୃତି ଓ ପରିବେଶ ସୁରକ୍ଷାରେ ବୃକ୍ଷ ର ଭୂମିକା ଆଦି ବିଷୟରେ ବହୁତ ଉପାଦେୟ ତଥ୍ୟଭିତ୍ତିକ ପରାମର୍ଶ ଦେଇଥିଲେ. ବିଦ୍ୟାଳୟ ର ୟୁଥ ଓ ଇକୋ କ୍ଲବ ଏବଂ ଏନର୍ଜି କ୍ଲବ ର ସଭ୍ୟ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ . ଶିକ୍ଷକ ଜୟଧର୍ମ ସେନାପତି, ରଂଜିତ ଦାସ, ପ୍ରତାପ କୁମାର ଆଚାର୍ଯ୍ୟ ଏବଂ ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର ପ୍ରମୁଖ ସହଯୋଗ କରି ଏହି ମହତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ .

Leave a Reply

Your email address will not be published.