ଆଦିବାସୀ ପରିବାରକୁ ତାଳଜୁରୀ ଗାଁରେ ବାସନ୍ଦ ଘଟଣା,‌ ଆଦିବାସୀ ସଂଘର ଅସନ୍ତୋଷ ଆନ୍ଦୋଳନ ଚେତାବନୀ


ବଲାଙ୍ଗିର, (ନୀଳାଞ୍ଚି ବିଶି): ତାଳଜୁରୀ ଗ୍ରାମର ମଦନା ବରିହା ଏବଂ ତାଙ୍କ ପରିବାରକୁ ଏକ ଘରକିଆ କରିଛନ୍ତି ଗ୍ରାମବାସୀ । ମଦନା ଙ୍କ ବାପା ଗାଁର ଝାଙ୍କର । ଗ୍ରାମ୍ୟ ଦେବଦେବୀଙ୍କ ପୂଜାସେବା କରୁଛନ୍ତି । ଆଦିବାସୀ ବିଞ୍ଝାଳ ପରିବାରକୁ ଗାଁରେ ନିଆଁ ପାଣି, ରାସ୍ତା ଘାଟ, ଦୋକାନ ବଜାର ବନ୍ଦ, ଗାଁର କୌଣସି ଲୋକ ଉକ୍ତ ପୀଡିତ ଆଦିବାସୀ ପରିବାର ସହିତ କଥାବାର୍ତ୍ତା ନହେବାକୁ ଗାଁରେ ହୁକୁମ ଜାରି କରିଛନ୍ତି ଅଭିଯୁକ୍ତମାନେ । ଏହି ମର୍ମରେ ବଲାଙ୍ଗିର ସଦର ଥାନାରେ ମାମଲା ଦାୟର ହୋଇଛି ।

ସଦର ଥାନା ପୋଲିସ କେଶ ନଂ ୨୩୩/୨୦୨୧ ତା ୧୧.୦୭.୨୦୨୧ରେ ଭାରତୀୟ ପିଙ୍ଗଳ କୋଡ଼ର ଦଫା ୨୯୪/୫୦୬ ଏବଂ ଏସଟି ଏସସି ପ୍ରିଭେନଶନ ଅଫ ଏଟ୍ରୋସିଟି ଆକ୍ଟ ୨୦୧୫ ଧାରା ୩ ୧(ଆର) ୩ ୧(ଏସ) ରେ ମାମଲା ଦାୟର ହୋଇଛି । ତଦନ୍ତ ଭାର ଏସ.ଡି. ପି.ଓ. ଶ୍ରୀ ତୋଫାନ ବାଗଙ୍କୁ ଦିଆଯାଇଛି, କିନ୍ତୁ ଘଟଣାର ସାତ ଦିନ ବିତି ଯାଇଥିଲେ ମଧ୍ୟ ଅପରାଧୀ ମାନଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ତାଳଜୁରୀରେ ଆଦିବାସୀ ପରିବାର ପ୍ରତି ଦିନକୁ ଦିନ ଶାରୀରିକ ମାନସିକ ନିର୍ଯାତନା ଏବଂ ଅତ୍ୟାଚାର ବୃଦ୍ଧି ହେଉଛି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଜ଼ିଲ୍ଲାପାଳ, ଉପଜ଼ିଲ୍ଲାପାଳ ଉକ୍ତ ସମ୍ବେଦନଶୀଳ ଏଟ୍ରୋସିଟି ଘଟଣାରେ ତୁରନ୍ତ ଅପରାଧୀ ମାନଙ୍କୁ ଗିରଫ କରି ଆଦିବାସୀ ପରିବାର କୁ ସୁରକ୍ଷା ଦେବାକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବୀ କରିଛି । ନଚେତ ଏସ ପି ଏବଂ କଲେକ୍ଟର ଅଫିସ ଘେରାଉ କରିବାକୁ ସଂଘ କଡା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.