ପାଟଣାଗଡ଼,(ନାଗରାଜ ନ୍ୟୁଜ) : ପାଟଣାଗଡ଼ ବର ହମପୁରା ଆଦିବାସୀ ଭବନ ପରିସରରେ ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ହୋଇଯାଇଛି । ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ଓ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲ୍ଲାର ମୋହନଗିରିର କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କରୁଣା କର ବୁଡେକ ସ୍ମୃତିଚାରଣ କରିବା ସହ ସ୍ଵର୍ଗତ ପରେ ରୋହିତ ଓ ଲତାଙ୍କ ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।
ସ୍ଵର୍ଗତ ସାମ୍ବାଦିକ ବିଶ୍ଵାଳଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ସରକାରୀ ସହାୟତା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ବିମଳ କୁମାର ବାଗ , ଉପସଭାପତି ଗୋରେଖନାଥ ବରିହା, କୋଷାଧ୍ୟକ୍ଷ ଘନ ଭୋଇ, ଉପଦେଷ୍ଟା ଜଗଦୀଶ ଭୋଇ ,ସଦସ୍ୟ ଭୋଜରାଜ ବରିହା, ଲାବଣ୍ୟ ପୁରୋହିତ, ଗୁଣନିଧି ପୁଟେଲ, ଚନ୍ଦ୍ରଶେଖର ବରିହା, କିଶୋର ସାହୁ, ସନ୍ୟାସୀ ନାଏକ, ଚିତ୍ତରଞ୍ଜନ ଜ୍ୟୋତିଷ ,ଶେଷଦେବ ସିଂ ନାୟକ ଓ ରୁପେନ୍ଦ୍ର ମୁଣ୍ଡାଙ୍କ ସମେତ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଂଘ ର ସଭାପତି କରୁଣାକର ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।