ଆଜାଦ୍ କି ଅମୃତ ମହୋତ୍ସବ ପାଳନ ଅବସରରେ ତିରଙ୍ଗା ପଦଯାତ୍ରା

ପୁରୀ, (ନାଗରାଜ ନ୍ୟୁଜ): ସ୍ବାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦ୍ କି ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅଭିଯାନକ୍ରମେ ପୁରୀ ବିଜେପି ପକ୍ଷରୁ ୬୫ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ତରଫରୁ ପିପିଲି ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ବେରବୋଇ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠରୁ ହର୍ ଘର୍ ତ୍ରୀରଙ୍ଗା ପଦଯାତ୍ରା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଛି । ଅସ୍ତରଙ୍ଗର ଲବଣ ସତ୍ୟାଗ୍ରହ ପୀଠଠାରେ ଉଦଯାପନ ହୋଇଯାଇଛି । ଏହା ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା । ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତି ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, କାକଟପୁରର ବିଜେପି ନେତା ରବି ମଲିକ, ବ୍ରହ୍ମଗିରି ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର , ପୂର୍ବତନ ନିମାପଡା ବିଧାୟକ ବାଈଧର ମଲ୍ଲିକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶୁଶାନ୍ତ ସ୍ଵାଇଁଙ୍କ ସମେତ ଜିଲ୍ଲାର ଅନ୍ୟ ନେତୃଗଣ ଓ କାର୍ୟ୍ୟକର୍ତା ମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ୩ ଦିନ ଧରି ଚାଲି ଆଜି କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ସ୍ଥିତ କୁହୁଡି ଠାରେ ସମାପ୍ତ ହେଇଥିଲା ।

Leave a Reply

Your email address will not be published.