ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାରେ ଦୁଇ ଗିରଫ

କଟକ, (ନାଗରାଜ ନ୍ୟୁଜ): ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଦୁଇ ଜଣ ହେଉଛନ୍ତି ଦିବ୍ୟ ରଞ୍ଜନ ବୟସ ଓ କୌଶଳ ବେହେରା । କଟକ ଜଗତପୁର ପୋଲିସ ଏହି ଘଟଣାରେ ତଦନ୍ତ ସମୟରେ ଜାଣିବାକୁ ପାଇଛି ପ୍ରେମ ସମ୍ପର୍କକୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା ଓ ପରେ ତୁସାରଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା ।

ଯାହା ଫଳରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତେଣୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୮ର କିଛି ଦିନ ପୂର୍ବରୁ ତୁଷାର ନିଖୋଜ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପରେ ଅଗଷ୍ଟ ୮ରେ ନଦୀରୁ ମୃତ ଦେହ ମିଳିବା ପରେ ପରିବାର ଲୋକେ ଥାନାରେ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published.