ବନ ବିଭାଗକୁ ବଡ଼ ସଫଳତା ବନ୍ଧା ହେଲେ ଦୁଇ ଶିକାରୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଦୀର୍ଘଦିନର ନୀରବତା ପରେ ପୁଣି ଥରେ ବେଆଇନ ଜନ୍ତୁ ଶିକାରୀ ଙ୍କର ପାଦୁର୍ଭାଵ ଦେଖିବାକୁ ମିଳିଛି ବନ କର୍ମଚାରୀ ମାନଙ୍କର ପ୍ରଚେଷ୍ଟା ବଳରେ ଧରା ପଡିଛନ୍ତି ଦୁଇ ଶିକାରୀ ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜ ଅଧିନ ମନ୍ଦାର ଗ୍ରାମ ପଞ୍ଚାୟତ ବାଉଁଶବେରଣୀ ଗ୍ରାମ ଅଧିନ ଝରଣ ମୁଣ୍ଡା ସାହିର ଲଷ୍ମୀଧର ମୁଣ୍ଡା୬୫ବର୍ଷ ଓ କାହ୍ନୁ ମୁଣ୍ଡା୫୫ବର୍ଷ ମିଳିତ ଭାବେ ପାଖ ରାୟଗଡ଼ା ଜଙ୍ଗଲରେ ଗୋଟିଏ ବାରାହ କୁ ବନ୍ଧୁକ ଦ୍ୱାର ଶିକାର କରି ତାର ମାଂସ କୁ ଜଙ୍ଗଲ ମଧ୍ୟରେ କାଟୁଥିବା ସମୟରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯିବା ଖବର ପାଇ ଦୁଇ ଶିକାରୀ ସେଠାରୁ ଫେରାର ହୋଇଯାଇଥିଲେ ଓ ଘଟଣା ସ୍ଥଳରୁ୨୦କେଜି କଟା ମାଂସ ବନ ବିଭାଗ ଜବତ କରିଥିଲା ଏହି ଘଟଣା ଚଳିତ ମାସ୩ତାରିଖରେ ଘଟିଥିଲା ସେମାନେ ଘରେ ଥିବାର ଖବର ପାଇ ଷଡଙ୍ଗୀ ବନପାଳ ଉଦ୍ଧବ ବେହେରା ଓ ସହଯୋଗୀ କର୍ମଚାରୀ ଉପମା ସାହୁ ଓ ଜୟନ୍ତୀ ମୁର୍ମୁ ଙ୍କ ସହିତ ସ୍କ୍ୱାର୍ଡ ବାହିନୀ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରି ଦୁଇ ଆସାମୀ କୁ ଧରିବା ସହିତ ଦୁଇଗୋଟି ଦେଶିବନ୍ଧୁକ ଓ ମାଂସ କଟା ଛୁରୀ ଜନ୍ତୁ ଶିକାର ପାଇଁ ଉଦ୍ଧିଷ୍ଟ ଫାସ କୁ ଘଟଣା ସ୍ଥଳରୁ ଜବତ କରିବା ସହିତ ଆଜି ଦୁଇ ଅଭିଯୁକ୍ତ ଙ୍କୁ କେସ ନ୧/୨୦୨୩ରେ ଦଫା୨,୯,୩୯,୪୪,୪୯ଓ୫୧ଧାରାରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି .

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.