ଓଡିଶା ହାଇକୋର୍ଟରେ ୨ ବିଚାରପତିଙ୍କ ଶପଥ ଗ୍ରହଣ

କଟକ, (ନାଗରାଜ ନ୍ୟୁଜ): ଓଡିଶା ହାଇକୋର୍ଟରେ ଆଜି ଶୁକ୍ରବାର ଦିନ ୨ ଜଣ ବିଚାରପତି ଯଥା ଜଷ୍ଟିସ ସୁବା ଶିଷ୍ ତାଳପତ୍ର,ଏବଂ ଶ୍ରୀ ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଦୁଇ ଜଣ ବିଚାରପତି ଦାଇତ୍ୱ ଗ୍ରହଣ କରିବା ପରେ ଓଡିଶା ହାଇକୋର୍ଟ ର ବିଚାର ପତି ଙ୍କ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି।ଜଷ୍ଟିସ ଶିବାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ଓଡ଼ିଶା ହାଇୋର୍ଟ କୁ ବଦଳି ହୋଇ ଆସିଥିବା ବେଳେ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ନୂତନ ବିଚାର ପତି ଭାବରେ ଦାଇତ୍ୱ ଗ୍ରହଣ କରିଛନ୍ତି। ହାଇକୋର୍ଟ ର କନ୍ ଫରେନ୍ସ୍ ହଲ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମରେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡ ଜଷ୍ଟିସ ଏସ ମୂରଲୀଧର ଉଭୟ ବିଚାର ପତିଙ୍କୁ ଗୋପନୀୟତା ଶପଥ ପାଠ କରାଇଥିଲେ ରାଜ୍ୟ ସରକାରଙ୍କର ଘରୋଇ ବିଭାଗର ଅତିରିକ୍ତ ସଚିବ ସଞ୍ଜୀବ କୁମାର ଚୋପ୍ରା ମହାମାନ୍ୟ ରାଷ୍ଟ୍ରପତିଙ୍କର ନିଯୁକ୍ତି ପତ୍ର ଏବଂ ରାଜ୍ୟପାଳଙ୍କ ର ଅନୁମତି ପତ୍ର ପଠନ କରିବା ପରେ ଉଭୟ ବିଚାର ପତି ଶପଥ ଗ୍ରହଣ କରିଥିଲେ ଏହି ଉତ୍ସବ ରେ ଓଡ଼ିଶା ହାଇକୋର୍ଟ ର ବିଚାରପତି ଗଣ, ରାଜ୍ୟ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା,ପୋଲିସ ମହା ନିର୍ଦ୍ଦେଶକ ସୁନିଲ ବଂଶାଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲା ପାଳ ଭବାନୀ ଶଙ୍କର ଚାୟନି, ସି ଏମ ସି କମିଶନର ଅନନ୍ୟା ଦାସ, ଏବଂ ବରିଷ୍ଠ ଆଇନ ଜିବୀ ଓ ମାନେ ଗଣ୍ୟ ବ୍ୟକ୍ତି ମାନେ ଏହି ଶପଥ ଗ୍ରହଣ ଉତ୍ସବ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published.