ବୋଲେର ଗାଡି ଧକ୍କାରେ ଷଣ୍ଢ ସମେତ ଦୁଇ ଜଣ ଗୁରୁତର ଆହତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ବୋଲେର ଗାଡି ଧକ୍କାରେ ଷଣ୍ଢ ସମେତ ଦୁଇ ଜଣ ଗୁରୁତର ଆହତ l ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆବ୍ଲକ ରେ,ଆଜି ସନ୍ଧ୍ୟାରେ ଏକ ବୋଲେର ଗାଡି ରାସ୍ତା ଉପରେ ଧକ୍କାଦେବା ଫଳରେ ଷଣ୍ଢ ସମେତ ଦୁଇ ଆହତ l ଆଜି ସନ୍ଧ୍ୟା ୭ଟା ସମୟରେ ଗଁଦିଆ ପଟୁ ଏକ ବୋଲେର ଗାଡି ଭୁବନ ଆଡେ ଯାଉଥିଲା ଝାରଦା ଛକ ପୂର୍ବରୁ ଉକ୍ତ ଗାଡିଟି ଯାହାର ନମ୍ବର OD35E 3752ଟି ବାମ ପାର୍ଶ୍ୱରେ ଚାଲିକରି ଯାଉଥିବା ଏକ ଷଣ୍ଢ କୁ ପ୍ରଥମେ ଧକ୍କା ଦେଇଥିଲା l ଏହାପରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଏକ ଗଛରେ ଧକ୍କା ଦେଇଥିଲା l ଓ ଠିକ ସେହି ସମୟରେ ଷଡଙ୍ଗୀ ଗ୍ରାମପଟୁ ଉକ୍ତ ଗ୍ରାମର ବନଜ ସାହୁ୪୧ବର୍ଷ ଚାଲିକରି ଆସୁଥିବା ବେଳେ ସେହି ଗ୍ରାମର ରଥ ସାହୁ ଏକ ସାଇକେଲରେ ଆସୁଥିଲେ ବେଳେ ଉକ୍ତ ଗାଡି ସେହି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ଗୁରୁତର ଅବସ୍ଥାରେ ଏହି ଆହତ ଦୁଇ ଜଣଙ୍କୁ୧୦୮ଆମ୍ବୁଲାନ୍ସ ରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଅବସ୍ଥାରେ ବନଜ ସାହୁ ଙ୍କୁ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଓ ରଥ ସାହୁ କମ ଆଘାତ ପ୍ରାପ୍ତ ଥିବାରୁ ତାକୁ ଏହିଠାରେ ଚିକିତ୍ସା କରାଯାଇଛି ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଂଚି ଉକ୍ତଗାଡିକୁ ଜବତ କରିଥିବାର ଜଣାଯାଇଛି l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ

Leave a Reply

Your email address will not be published.