ଅଘୋଷିତ କବିତା ପ୍ରତିଯୋଗିତା, ପ୍ରଥମ ସ୍ଥାନ ଅଧିକାର କଲେ ବାସନ୍ତୀ ଲତା ଜେନା

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଗତକାଲି ଥିଲା ବନ୍ଧୁତ୍ବ ଦିବସ । ଏହି ଦିବସ ଉପଲକ୍ଷେ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପ୍ ସଦସ୍ୟ/ସଦସ୍ୟା ମାନେ ଖୁବ୍ ସୁନ୍ଦର ସୁନ୍ଦର କବିତା ରଚନା କରି ଅନଲାଇନ୍ ମାଧ୍ୟମରେ ଗୃପରେ ପୋଷ୍ଟ କରିଥିଲେ । ସେଥିମଧ୍ୟରୁ ଜଗତସିଂହପୁରରୁ ରଞ୍ଜିତା ସାହୁ, ମୟୂରଭଞ୍ଜରୁ ରଶ୍ମିତା ପାତ୍ର ଓ ରୁକ୍ମଣୀ ସାହୁ, ନବରଙ୍ଗପୁରରୁ ବାସନ୍ତୀ ଲତା ଜେନା, ଯାଜପୁରରୁ ବିନୋଦିନୀ ଦାଶ ଏବଂ ଜଗତସିଂହପୁରରୁ ସଞ୍ଜୁକ୍ତା ସାହୁଙ୍କ ବନ୍ଧୁତ୍ବ ଉପରେ ଲିଖିତ ଶୀର୍ଷକ କବିତାକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସାମିଲି କରାଯାଇଥିଲା ।

ବନ୍ଧୁତ୍ବ ଦିବସରେ ବନ୍ଧଙ୍କୁ ସମ୍ମାନ ଜଣାଇ ଲିଖିତ କବିତା ଗୁଡିକ ନିଶ୍ଚୟ ହୃଦୟସ୍ପର୍ଶୀ ଥିଲା । କବିତା ଗୁଡିକୁ ସମୀକ୍ଷା କରିଥିଲେ ଅଧ୍ଯାପିକା, କବୟିତ୍ରୀ, ଲେଖିକା କଟକ ନିବାସୀ ସୁଜାତା ମହାନ୍ତି । ଶ୍ରୀମତୀ ମହାନ୍ତି ସମସ୍ତଙ୍କ କବିତା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିବା ପରେ ନବରଙ୍ଗପୁର ଗାନ୍ଧିନଗରର ସୁ-ଗୃହିଣୀ, ଶିକ୍ଷୟିତ୍ରୀ, କବୟିତ୍ରୀ,ଲେଖିକା ଏବଂ ବହୁ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବା ବାସନ୍ତୀ ଲତା ଜେନାଙ୍କୁ ପ୍ରଥମ ସ୍ଥାନ ମିଳିଥିଲା ।

ପ୍ରକାଶ ଥାଉକି ଏହି ଫଳାଫଳରେ ମୁଗ୍ଧ ହୋଇ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ବ୍ଲକ ନିକଟରେ ଚାହା ଦୋକାନ କରିଆସୁଥିବା ଜଣେ ସାହିତ୍ୟ ପ୍ରେମୀ ଯାହାଙ୍କ ଘର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର ଧରଣୀଧର ପରିଡା ସୁନ୍ଦର କବିତା ଲେଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବାସନ୍ତୀ ଲତା ଜେନାଙ୍କୁ ସ୍ବ-ଇଚ୍ଛାରେ ୫୦୦(ପାଞ୍ଚ ଶହ)ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି । ଏବଂ ଶ୍ରୀମତୀ ଜେନାଙ୍କ ଆଗାମୀ ସାହିତ୍ୟ ଚଲାପଥ କୁସୁମିତ ହେବାପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀ ପରିଡାଙ୍କ ଠାରୁ ପୁରସ୍କାର ରାଶି ଗ୍ରହଣ କରିଛନ୍ତି ।

Leave a Reply

Your email address will not be published.