କଟକ, (ନାଗରାଜ ନ୍ୟୁଜ): ଓଡ଼ିଆ ଚଳଚ୍ଚିତ୍ରର ଭେଟେରାନ କଳାକାର ମିହିର ଦାସ ଅସୁସ୍ଥ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଯକୃତ ଖରାପ ଥିବାରୁ ଗତ ୨ ବର୍ଷ ହେଲା ଡାଇଲସିସ ହୋଇ ଆସୁଛି । ହଟାତ ଦେହ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ତାଙ୍କ ଅବସ୍ଥା ବର୍ତମାନ ସ୍ଥିର ଅଛି । ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଚିକିତ୍ସା କରାଯାଉଛି । ଗତ ୨ ବର୍ଷ ହେଲା ଡାଇଲସିସ ହେଲେ ମଧ୍ୟ ଚଳଚିତ୍ର ସୁଟିଂରେ ପହଞ୍ଚି ଯାଉଥିଲେ । ସେ ଅଭିନୟ କରୁଥିବା ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଅତି ଉଚ୍ଚ କୋଟିର । ସେଥିପାଇଁ ଦର୍ଶକ ତାଙ୍କୁ ବହୁତ ଭଲ ପାଉଛନ୍ତି । ସମସ୍ତେ ଭଗବାନଙ୍କ ପାଖରେ ମିହିର ଦାସ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି । ଯାହା ଡାକ୍ତରକହିଛନ୍ତି ତାଙ୍କ ଅବସ୍ଥା କ୍ରିଟିକାଲ ରହିଛି ।