ଗ୍ରାମର ମୂଖ୍ୟ ରାସ୍ତା ଅବରୋଧକୁ ନେଇ ବ୍ଲକ କାର୍ଯ୍ୟଳୟରେ ଧାରଣ ଦେଲେ ଗ୍ରାମବାସୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗୋଟିଏ ଗ୍ରାମର ଗ୍ରାମବାସୀ ମାନଙ୍କୁ ରାଜନୈତିକ ଆକ୍ରୋଶ ରଖି ତାଙ୍କର ପ୍ରତିଦିନ ଚଳ ପ୍ରଚଳମୁଖ୍ୟ ରାସ୍ତାକୁ କିଛି ଖଳ ପ୍ରକୁ ତିର ଲୋକ ରାସ୍ତାକୁ ମେସିନ ମାଧ୍ୟମରେ କାଟି ଦେଇ ଏକ ପ୍ରକାର ବନ୍ଦୀ କରି ରଖିଥିଲେ ଏହି ଘଟଣା ର ସମାଧାନ ପାଇଁ ବ୍ଲକ ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ନହେବା ଫଳରେ ଆଜି ଉକ୍ତ ପର୍ବତକଣି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ବ୍ଲକ କାର୍ଯ୍ୟଳୟ ମୁଖ୍ୟ ଫାଟକ ଠାରେ ଧାରଣ ଦେଇଥିଲେ ଘଟଣାରୁ ଜଣାଯାଏ ଗଁଦିଆ ବ୍ଲକ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ଅଧୀନରେ ପର୍ବତକଣି ଗ୍ରାମ ରହିଛି ଗୋଟିଏ ପଟରେ ବ୍ରାହ୍ମଣୀ ନଦୀ ଓ ଅନ୍ୟ ପଟରେ ପାହାଡ଼ ପର୍ବତ ଘେରା ମଧ୍ୟରେ ଥିବା ଉକ୍ତ ଗ୍ରାମଟିରେ୧୦୦ପରିବାରକୁ ନେଇ ଗଢ଼ି ଉଠିଥି ଜନବସତି ହେଲେ ଦୁଃଖର କଥା ଉକ୍ତ ଗ୍ରାମଟିରେ ଦୀର୍ଘଦିନ ଧରି ବିଶେଷ କିଛି ଉନ୍ନତି ନହେବା ଫଳରେ ଉକ୍ତ ଗ୍ରାମବାସୀ ମାନେ ଚଳିତ ପଂଚାୟତ ନିର୍ବାଚନ ରେ ମିଳିତ ଭାବରେ ସେମାନଙ୍କର ମନ ମୁତାବକ ପାର୍ଥି ଙ୍କୁ ଭୋଟ ଦେଇ ଜିତାଇଥିଲେ ହେଲେ ଏହାପରେ ଆରମ୍ଭ ହୋଇଥିଲା ସେମାନଙ୍କର ଦୁଃଖର କାହାଣୀ ଉକ୍ତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ଓ ସେମାନଂକର ସମର୍ଥକ ମାନେ ଉକ୍ତ ଗ୍ରାମର ରାସ୍ତାକୁ୧ମାସ୫ଦିନ ଧରି ତାଡି ଦେଇ ଅବରୋଧ କରିଥିଲେ ଏହି ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଆଜି୫ଦଫା ଦାବି ନେଇ ସ୍ଥାନୀୟ ସରପଞ୍ଚ ଙ୍କ ନେତୃତ୍ୱରେ ଧାରଣ ଦେଇଥିଲେ ଦାବି ଗୁଡିକ ମଧ୍ୟରେ ରାସ୍ତା ଅବରୋଧ କାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ଉକ୍ତ ରାସ୍ତାକୁ ସରକାରୀ ରାସ୍ତାର ମାନ୍ୟତା ପ୍ରଦାନ କରାଯାଇଗ୍ରାମ ପଞ୍ଚାୟତ କୁ ହସ୍ତାନ୍ତର କରିବା,ଉକ୍ତ ରାସ୍ତାଟି ବନ୍ୟା ଅଂଚଳ ପରିସର ମଧ୍ୟରେ ଥିବାରୁ ଏହାକୁ ଉଚ୍ଚା କରାଯାଇ ଏକ ସ୍ଥାୟୀ ପକ୍କା ରେ ପରିଣତ କରିବା, ଶିକ୍ଷାଦାନ କ୍ଷେତ୍ରରେ ଗ୍ରାମର ପିଲା ମାନଙ୍କ ପାଇଁ ନୂତନ ଭାବରେ ବିଦ୍ୟାଳୟ ଗୃହ ନିର୍ମାଣ କରିବା ଓ ଉକ୍ତ ଗ୍ରାମର ଦୀର୍ଘଦିନର ଥିବା ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ତୁରନ୍ତ ଗ୍ରାମବାସୀ ମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରିବା ଆଦି ସମସ୍ୟା କୁ ଏହି ଧାରଣା ଅନୁଷ୍ଠିତ ହୋଇଥିଲା ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଭଜନାନନ୍ଦ ସାହୁ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ ଏହାପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କର କାର୍ଯ୍ୟଳୟ ରେ ତହସିଲଦାର ଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ସୁଭଦ୍ରା ପୃଷ୍ଟି ଙ୍କ ନେତୃତ୍ୱରେ ମଣ୍ଟୁ ପୃଷ୍ଟି, ବିବେକାନନ୍ଦ ପୃଷ୍ଟି,ପୀତବାସ ବାରିକ, ନିର୍ମଳ ସାହୁ,ତୁଳସୀ ସାହୁ,ସବିତା ପୃଷ୍ଟି, ନୃସିଂହ ପୃଷ୍ଟି,ମିଳିତ ଭାବେ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ ଉକ୍ତ ସମସ୍ୟା ର ସମାଧାନ୭ଦିନ ମଧ୍ୟରେ କରାଯିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଧାରଣ ପ୍ରତ୍ୟହୁତ ହୋଇଥିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ

Leave a Reply

Your email address will not be published.