କଳହ ନେଲା ଉଗ୍ରରୂପ, ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ମହିଳା

ବାଙ୍କୀ, (ନାଗରାଜ ନ୍ୟୁଜ): କଳହ ନେଲା ଉଗ୍ରରୂପ ।ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ମହିଳା ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରିପଦା ଗ୍ରାମରେ । ।ଗୁରୁତର ଅବସ୍ଥାରେ ପ୍ରଥମେ କଳାପଥର ମେଡ଼ିକାଲ ପରେ ସଂକଟାପର୍ଣ୍ଣ ହେବାରୁ ଖୋର୍ଦ୍ଧା ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତର ।ଘଟଣା ହେଉଛି ପ୍ରେମ ସମ୍ପର୍କନେଇ ।ନିଜ ସ୍ତ୍ରୀ ଓ ଭାଉଜ ସହ ଅନୈତିକ ପ୍ରେମ ସମ୍ପର୍କ ନେଇ ।ଦୁଇ ଭାଇବୋହୁ ମଧ୍ୟରେ ହୋଇଥିଲା ପାରିବାରିକ କଳହ ।ଯାହାକି ଦେହରେ କିରୋସିନ୍ ଢାଳି ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ଜ୍ୟୋତି ପ୍ରଧାନ ।

ସୂଚନା ଅନୁଯାୟୀ ବହୁ ଦିନ ଧରି ନିଜ ସ୍ବାମୀ ସୁରେଶ କୁମାର ପ୍ରଧାନ ନିଜ ବଡ଼ ଭାଇ ଙ୍କ ସ୍ତ୍ରୀ ସହିତ ଶାରୀରିକ ଅନୈତିକ ସମ୍ପର୍କ ସ୍ଥାପନ କରୁଥିଲେ , ଯାହା ପାଇଁ ନିଜ ସ୍ତ୍ରୀ ଜ୍ୟୋତୀ ବାରମ୍ବାର ପ୍ରତିବାଦ କରିବା ପରେ ବି ସୁରେଶ ନିଜ ଭାଉଜଙ୍କ ସହିତ ନିରନ୍ତର ସମ୍ପର୍କ ସ୍ଥାପନ କରିବାରୁ ନିବୃତ ନହେବାରୁ କଥା ଆଗକୁ ବଢିଯାଇଥଲା ବୋଲି ସୂଚନା । ଏହି କଥାକୁ ଜ୍ୟୋତି ବିରୋଧୀ କରି ଫେଲ ମାରିବାରୁ ଗତ କାଲି ରାତିରେ ତାଙ୍କ ବଡ଼ ଯା ତଥା ବଡଭାଉଜଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା , ସେହି ଅଧାରକୁ ନେଇ ଆଜି ନିଜ ଘର ଭିତରେ ନିଜ ଉପରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜ୍ୟୋତି ।ଏହା ପରେ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶ୍ରମ ସାହାୟତାରେ ଉଦ୍ଧାର ହୋଇ ମେଡିକାଲରେ ଚିକିତ୍ସା ହେଉଛନ୍ତି । ସେପଟେ ଜ୍ୟୋତି ମରଣ ସହ ଲଢ଼ୁଥିବାବେଳେ ଏନେଇ ବୈଦେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published.