ସୁବର୍ଣ୍ଣରେଖା ପ୍ରକଳ୍ପ ବିଷୟରେ କଣ କହିଲେ ସଭାପତି ଓ ସଭ୍ୟ

ବାଲେଶ୍ଵର,(ନାଗରାଜ ନ୍ୟୁଜ ):ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ହେଲେ ଅଂଚଳର ବିକାଶ ହେବା ସହିତ ଜନଜାତିର ବିକାଶ ହେବ । ଏହା ଓଡ଼ିଶାର ଗୋଲଡେନ ପ୍ରଜେକ୍ଟ । ସୂଚନା ଅନୁଯାୟୀ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଠାରେ ସମୁଦ୍ର ବେଳାଭୂମିରେ ଟାଟା ପାୱାର ଦ୍ୱାରା ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କରିବାକୁ ଯାଉଛନ୍ତି । ଏହା ଏକ ଓଡିଶା ପାଇଁ ଗୋଲଡେନ ପ୍ରଜେକ୍ଟ ବୋଲି ପୋର୍ଟର କର୍ମକର୍ତ୍ତା କହୁଛନ୍ତି । ଯାହାକୁ କି ବାଲିଆପାଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ବାରମ୍ବାର ବିରୋଧ କରାଯାଉଛି । ବନ୍ଦର ହେଲେ ଏହା ବେଳା ଭୂମି ସହିତ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ସୁବିଧା ହେବ । ତତ୍ ସହିତ ବନ୍ଦର ହେଲେ ସ୍ଥାନୀୟ ଅଂଚଳର ବିକାଶ ଘଟିବ ଓ ସ୍ଥାନୀୟ ବେକାର ଯୁବକ ଯୁବତୀ ଚାକିରୀ ପାଇବା ସହିତ କାର୍ଯ୍ୟକ୍ଷମ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବୀ କରିଛନ୍ତି ସୁବର୍ଣ୍ଣ ରେଖା ବିକାଶ ପରିଷଦ । ବନ୍ଦର ପାଇଁ ସ୍ଥାନୀୟ ଲୋକଙ୍କୁ ବିସ୍ଥାପିତ ହେବାକୁ ଦେବେ ନାହିଁ । ଏହା ସହିତ ବାଲିଆପାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ମଲଟି ହସ୍ପିଟାଲ ତିଆରି କରିବା, ରେଳ ଲାଇନ ଯୋଗୁଁ ଜମି ହରାଉଥିବା ସମସ୍ତ ପରିବାରରକୁ ଚାକିରୀ ଯୋଗେଇ ଦେବା ଏବଂ ବନ୍ଦର ସପକ୍ଷ ବାଦୀ ଓ ବିପକ୍ଷ ବାଦୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଡିବେଟ ମାଧ୍ୟମରେ ସମାଧାନର ବାଟ ଫିଟେଇବା ପାଇଁ ଟାଟା ପାୱାର ତଥା ପ୍ରଶାଶନକୁ ଦାବୀ କରିବେ ବୋଲି ସୁବର୍ଣ୍ଣ ରେଖା ବିକାଶ ପରିଷଦ କହିଛି । ଖୁବ ଶୀଘ୍ର ବନ୍ଦର କାର୍ଯ୍ୟ ତ୍ୱରାନିତ୍ବ କରିବା ପାଇଁ ୫ ହଜାର ଦସ୍ତଖତ ବିଶିଷ୍ଟ ଏକ ଦାବି ପତ୍ର ବିକାଶ ପରିଷଦ ତହସିଲଦାରଙ୍କୁ ପ୍ରଦାନ କରିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.