ରାଜ୍ୟ ରାଜପଥରେ ମାଳମାଳ ହମ୍ପସ୍, ଅକାଳରେ ଯାଉଛି ଜୀବନ, ଏଥିପାଇଁ ଦାୟୀ କିଏ ?

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥରେ ମାଳମାଳ ହମ୍ପସ୍ ନିର୍ମାଣ । ଅନେକ ସମୟରେ ଏହି ହମ୍ପସ୍ ନେଉଛି ନିରୀହ ଜନସାଧାରଣଙ୍କ ଜୀବନ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ, ନିଘୋଡ଼ ନିଦରେ ଶୋଇଛି ପ୍ରଶାସନ । ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ କେଉଁ ଆଇନ୍ ବଳରେ ନିର୍ମାଣ ହୋଇଛି ହମ୍ପସ୍ ? ନିର୍ମାଣ ପାଇଁ କିଏ ଦେଇଛି ନିର୍ଦ୍ଦେଶ ? ସ୍ଥାନୀୟ ପ୍ରଶାସନ, ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ସରକାର ? ବେଆଇନ ରଙ୍ଗହୀନ ହମ୍ପସ୍ ନିର୍ମାଣ ଏବଂ ଅକାଳ ବିୟୋଗ ପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଛି ଅଞ୍ଚଳବାସୀଙ୍କ ମନରେ । ଯାହାର କାରଣ ବିଷୟରେ ଜନସାଧାରଣ ଅବଗତ ହେବା ନିହାତି ଦରକାର । ଯେଉଁଥିପାଇଁ ନିକଟରେ କୋଚିଆକୋଇଲି କଲ୍ଯାଣ ମଣ୍ଡପ ଛକ ଠାରେ ଥିବା ହମ୍ପସ୍ ପାଇଁ ଜଣେ ବାଇକ୍ ଆରୋହିଙ୍କ ଅକାଳ ବିୟୋଗ ଘଟିଲା । ଘଟଣା ସ୍ଥଳରୁ ଖବର ସଂଗ୍ରହରୁ ଜଣାପଡିଛି ଯେ, ହଠାତ୍ ହମ୍ପସ୍ ଦେଖି ଦ୍ରୁତ ଗତିରେ ଯାଉଥିବା ଗାଡିଟି ବ୍ରେକ୍ ମାରିଥିଲା । ଯାହଫଳରେ ପଛରେ ଯାଉଥିବା ବାଇକ୍ ଟି ସାମ୍ନା ଗାଡିର ପଛରେ ବାଡେଇ ହୋଇଥିଲା । ଘଟଣା ସ୍ଥଳରେ ଥିବା ଲୋକମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ଖଇରା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହମ୍ପସ୍ ନଥିଲେ ହୁଏତ ଏଭଳି ମର୍ମନ୍ତୁଦ ଘଟଣା ଘଟିନଥାନ୍ତା । ଏପରି ଅନେକ ଥର ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ବାରମ୍ବାର ଏଭଳି ଦୁର୍ଘଟଣା ଘଟିବା ଦ୍ବାରା ଖଇରା ବ୍ଲକ ବାଙ୍କିତିରା ଠାରୁ ସୋର ପର୍ଯ୍ୟନ୍ତ ରାସ୍ତାରେ ଥିବା ହମ୍ପସ୍ କୁ ଉଠାଇ ଦିଆଯାଇଛି । କିନ୍ତୁ ବାଙ୍କିତିରା ଠାରୁ କୁପାରୀ ପର୍ଯ୍ୟନ୍ତ ହମ୍ପସ୍ ନ ଉଠିବାର କାରଣ କ’ଣ ? ଗୋଟିଏ ରାସ୍ତା ପାଇଁ କେତୋଟି ନିୟମ ଧାର୍ଯ୍ୟ ହୋଇଛି ? ଧାର୍ଯ୍ୟ କରିଥିବା ବିଭାଗୀୟ ଅଧିକାରୀ ଜଣଙ୍କ କିଏ ? ଯଦି ତୁରନ୍ତ ହମ୍ପସ୍ ଉଠେଇବାର ବ୍ଯବସ୍ଥା କରାନଯାଏ ଆଗାମୀ ଦିନରେ ଜନସାଧାରଣଙ୍କ ଦ୍ବାରା ରାସ୍ତାରୋକ ଭଳି ପଦକ୍ଷେପକୁ ଏଡାଇ ଦିଆଯାଇ ନପାରେ ବୋଲି ଅଞ୍ଚଳବାସୀଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡ଼ିଛି । ଏଣୁ ସ୍ଥାନୀୟ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ଜନସାଧାରଣଙ୍କ ନିବେଦନ ତୁରନ୍ତ ହମ୍ପସ୍ ଅପସାରଣ ପାଇଁ ଦୃଷ୍ଟି ଦେବା ହୁଅନ୍ତୁ । ନଚେତ୍ ଆଗାମୀ ଦିନରେ ଜନ ଆନ୍ଦୋଳନ ସୁନିଶ୍ଚିତ ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.