କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଜିଲ୍ଲା କପିଳାସ ପ୍ରାଣୀ ଉଦ୍ୟନ ପରିସର ଶୁକ୍ରବାର ଦିନଭରି ଥିଲା ସର୍ବଧିକ  ଚଳଚଞ୍ଚଳ। କାରଣ ବିଶ୍ବ ହାତୀ ଦିବସ ପାଳନ  ଲାଗି ଏହି ପରିସରରେ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହୋଇଥଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇ ଥିବା ସେମାନଙ୍କୁ ନଡ଼ିଆ ଭାଙ୍ଗି ଖାଇବାକୁ ।ଦିଆଯିବା ସହ ସେଓ, କଦଳୀ ସ୍ଵତନ୍ତ୍ର ଖାଦ୍ୟ ଭାବରେ ପରସା ଯାଇଥିଲା। ଉକ୍ତ ,ହାତୀଙ୍କୁ ଅତି ନିକଟରେ ସୁସଜ୍ଜିତ ଅବସ୍ଥାରେ ଦେ୍ଖିବା ପାଇଁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିଥୁଲା। କେହି କେହି ପର୍ଯ୍ୟଟକ ଗଜରାଜଙ୍କୁ ଦେଖି ନମସ୍ତେ କରୁଥୁବା ମଧ୍ୟ ଲକ୍ଷ୍ୟ କରାଯାଇ ଥିଲା।ଏହି ଅବସରରେ ଆୟେଜିତ ସମାବେଶରେ ` ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର ମୁଖ୍ୟଅତିଥୁ ଭାବେ ଯୋଗଦେଇ ହାତୀ ଓ ମଣିଷ ଭିତରେ ଲଢ଼େଇ ବନ୍ଦ ହୋଇ ଏବଂ ସଂପର୍କ କିପରି ନିବିଡ଼ ହୋଇପାରିବ ସେନେଇ ଆଲୋକପାତ କରିଥିଲେ। କପିଳାସ ରେଞ୍ଜର ତରୁଣ କୁମର ମହାନ୍ତି ସଭାପତିତ୍ଵ କରିଥିଲେ । ଅନ୍ୟତମ ଦିପ୍ତୀ ମହୀ ଲେଙ୍କା scout &guides ମାଷ୍ଟର ଟ୍ରେନର ଓଡିଶା ବନ୍ୟଚ୍ଚନ୍ତୁ ସମିତିର ତଥା ହାତୀ ବିଶେଷଜ୍ଞ ଅରବିନ୍ଦମାଝି ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ଜିଲ୍ଲାରେ ହାତୀମୃତ୍ୟୁକୁ କିପରି ରୋକାଯାଇ ପାରିବ ତାହା ଉପରେ ଅତିଥିମାନେ ନିଜ ନିଜର ମତ ଉପସ୍ଥାପନ କରିଥ୍ବଲେ । କପିଳାସ ରେଞ୍ଜର ତରୁଣ କୁମର ମହାନ୍ତି ସମେତ ବନ କମଚାରୀ, ହାତୀସ୍କ୍ବାଡ କାର୍ଯ୍ୟକ୍ରମ . ପରିଚାଳନାରେ ସହାୟତା କରିଥିଲେ | ଜନସାଧାରଣଙ୍କୁ ହାତୀଙ୍କ ସଂରକ୍ଷଣ ଉପରେ ସଚେତନ କରାଯାଇଥୁଲା। ଛାତ୍ରଛାତ୍ରୀଙ୍କ ମଧ୍ଯରେ ହୋଇଥିବା ପ୍ରତିଯୋଗିତା ଏହି ଦିବସ ପାଳନ ମହତ୍ତ୍ଵକୁ ଆଉ ପାଦେ ଆଗେଇ ନେଇଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.