ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

କଟକ , (ନାଗରାଜ ନ୍ୟୁଜ): ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱାପର୍ଯ୍ୟlବରଣ ଦିବସ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପାଳିତ ହୋଇଯାଇଛି । ଇକୋ କ୍ଲବ, ୟୁଥ ଆଣ୍ଡ ଇକୋ କ୍ଲବ ଏବଂ ଏନର୍ଜି କ୍ଲବ ର ସଦସ୍ୟ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ରାଜବଗିଚା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ବ୍ରହ୍ମକୁମାରୀ o ବ୍ରହ୍ମାକୁମାର ଭଉଣୀ ଓ ଭାଇମାନେ ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବିଦ୍ୟାଳୟ ହତା ମଧ୍ୟରେ ଲିଚୁ, ସପେଟା, ଜାମୁଡୋଳ, ସ୍ଵର୍ଣଚମ୍ପା ପ୍ରଭୃତି ଫଳ ଓ ଫୁଲ ଚାରା ରୋପଣ କରି ଏହି ଦିବସ କୁ ସଫଳତା ର ସହିତ ପାଳନ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ଓ ବ୍ରହ୍ମକୁମାରୀ ଭଉଣୀ ଓ ଭାଇମାନେ ଛାତ୍ରଛାତ୍ରୀ ମାନଙ୍କୁ ଦିବସର ତାତ୍ପର୍ଯ୍ୟ ଏବଂ ପ୍ରକୃତି, ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ଓ ସନ୍ତୁଳନ ବିଷୟରେ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ଜୁନ, ଜୁଲାଇ ଓ ଅଗଷ୍ଟ, ତିନିମାସ ଧରି ଏହି ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲୁରହିବ ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ ।

Leave a Reply

Your email address will not be published.