ବିଶ୍ୱ ତମାଖୁ ବର୍ଜନ ଦିବସ

କଟକ, (ନାଗରାଜ ନ୍ୟୁଜ): ଆଜି ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତ ରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଭାଇ ଓ ଭଉଣୀ ମାନଙ୍କ ଉପସ୍ଥିତି ରେ ଛାତ୍ରଛାତ୍ରୀ ମାନଙ୍କର ତମାଖୁ ମୁକ୍ତି ଅଭିଯାନ ର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ପରେ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତମାଖୁ ର ପ୍ରକାରଭେଦ, ଏହାର ଭୟଙ୍କର କୁ ପ୍ରଭାବ ଏବଂ ତମାଖୁ ବର୍ଜନ ଦିଗରେ ସଚେତନତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ଓ ତମାଖୁମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଥିଲେ ।

ଆଜି ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପ୍ରଭା ବିଶ୍ୱାଳ ଅବସର ଗ୍ରହଣ କରୁଥିବାରୁ ତାଙ୍କ ଉଦ୍ଦେଶ୍ୟ ରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମହାଶୟIଙ୍କ ଗୁଣାବଳୀ ସ୍ମରଣ କରିବା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ପୁଷ୍ପଗୁଛ, ଉତ୍ତରୀୟ, ଅଙ୍ଗବସ୍ତ୍ର ଓ ଅନେକ ଉପଢୌକନ ପ୍ରଦାନ କରାଯାଇ ଉଚ୍ଚ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଓ ସଭ୍ୟ ସଭ୍ୟା ଅଭିଭାବକ ଓ ଅଭିଭାବିକା ପ୍ରଭୃତି ଉପସ୍ଥିତ ଥିଲେ ।

Leave a Reply

Your email address will not be published.