ବିଶ୍ଵ ଆଦିବାସୀ ଦିବସ କୁତ୍ରା ବ୍ଳକରେ ଧୁମଧାମରେ ପାଳିତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ କୁତ୍ରା ପଞ୍ଚାୟତ ଗ୍ରୃହ ଏବଂ କନ୍ଦେଇମୁଣ୍ଡା ପଞ୍ଚାୟତ ର ତେଲିଘଣା ଆମ୍ବ ବଗିଚା ଠାରେ ବିଶ୍ଵ ଆଦିବାସୀ ଦିବସ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି। ପଞ୍ଚାୟତ ଗ୍ରୃହ ଠାରେ ହୋଇଥିବା ଆଦିବାସୀ ଦିବସ ରେ ମୁଖ୍ୟ ଅତିଥି ଭାବେ କୁତ୍ରା ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ସେଠୀ ଯୋଗଦେଇ ଆଦିବାସୀନେତା ବୀର୍ସାମୁଣ୍ଡାଙ୍କ ଫଟୋଚିତ୍ର ରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ବିଶ୍ବଆଦିବାସୀ ଦିବସ ର ତାପ୍ତର୍ଯ ବିଷୟରେ ବିଭିନ୍ନ ଉଦାହରଣ ଦେଇ ସୁନ୍ଦର ଭାବରେ ଆଦିବାସୀ ଭାଇଭଉଣୀମାନଙ୍କୁ ବୁଝାଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ଆଦିବାସୀ ନେତା ବେନେଡିକ୍ ତିର୍କି ସମସ୍ତ ଆଦିବାସୀ ଭାଇଭଉଣୀ ନିଜର ହକ, ଏବଂ ଅଧିକାର ପାଇଁ ସମସ୍ତେ ଏକହୋଇ‌ ଯେପର୍ଯ୍ୟନ୍ତ ହକନମିଳିଛି ସେପର୍ଯ୍ୟନ୍ତ ଲଢେଇ ଜାରିରଖିବା ପରି ଗୁରୁମନ୍ତ୍ର ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଏବଂସମ୍ମାନୀୟ ଅତିଥି ଙ୍କ ସହିତ କିଶାନ ସମାଜର ବଇଲୋକିଶାନ,ଖଡିଆସମାଜର ଜାକ୍ରୀୟସ କୁଲୁ, ମୁଣ୍ଡା ସମାଜ ର ମାନୁଏଲ ହେମ୍ରମ,ଓରାମ ସମାଜର ନିକୋଲାସ ତିର୍କି, ଭୂୟାଁ ସମାଜର ଗୋବିନ୍ଦ ନାୟକ, ଏବଂ ପୂର୍ବତନ ସରପଞ୍ଚ ଲଲିତା ବରୁଆଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୁତ୍ରା ସରପଞ୍ଚ ଭୂବନକୁଜୁର,କନ୍ଦେଇମୁଣ୍ଡା ସରପଞ୍ଚ ସୁଧିର୍ ମିଞ୍ଜ ଏମାନେ ସମସ୍ତେ ସଭାର ଆୟୋଜନ କରିଥିଲେ। ତେଲିଘଣା ଆମ୍ବ ବଗିଚା ରେ ସେହିପରି ଜୁନାସ୍ ଲୁଗୁନ୍, ହେମନ୍ତ ମାଝୀ ,ବର୍ମାହେସ,ଏବଂ ଆଗୁଷ୍ଟିନମିଞ୍ ଙ୍କ ତତ୍ତ୍ଵାବଧାନରେ ବିଶ୍ବ ଆଦିବାସୀ ଦିବସ ମହାସମାରୋହରେ ପାଳିତ ସୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ବିଧାୟକ ଡଃ ସିଏନରାଜନ ଏକ୍କା ଯୋଗଦେଇଥିବା ବେଳେ, ସମ୍ମାନୀୟ ଅତିଥି ଭାବେ କଂଗ୍ରେସ ନେତା ଅରୁଣସାମଲ ଯୋଗଦେଇ ବିଶ୍ବଆଦିବାସୀ ଦିବସ ବିଷୟରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ମାନଙ୍କ ଦ୍ବାରା ଆଦିବାସୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.