ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ପୁରସ୍କାର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଵସ୍ତା ଅଞ୍ଚଳର ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ରାଜ୍ୟସ୍ତରୀୟ ପୁରସ୍କାର । ନିକଟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଠାରେ ଅନୁଷ୍ଠିତ ବାଣୀପୀଠ ମହୋତ୍ସବ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଭା ସମରୋହରେ ଅମର ପାଳ ଏହି ପୁରସ୍କାର ପାଇ ବସ୍ତା ବ୍ଲକ ଅଧିନସ୍ଥ ମଥାନି ପଞ୍ଚାୟତର ଶ୍ରୀ ବୃଦ୍ଧି କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆଜି ସାନଖୁଡିସ୍ଥ ” ଆଶା ” ସ୍ବେଛାସେବୀ ସଂଗଠନ ପକ୍ଷରୁ ଲକ୍ଷ୍ମୀ ବାସନ୍ତି ସ୍ବତନ୍ତ୍ର ଆବାସିକ ବିଦ୍ଯାଳୟ ସଭାଗୃହରେ ଶ୍ରୀ ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶଥାଉକି ପାଳଙ୍କ ଦିବ୍ୟାଙ୍ଗ ମାତା ଶ୍ରୀମତୀ ବାସନ୍ତୀ ଲତା ପାଳ ଏବଂ ପିତା ସ୍ବର୍ଗତ ଶମ୍ଭୁନାଥ ପାଳ ଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ପେସାରେ ଜଣେ ଆଇନଜୀବି ହେଲେ ମଧ୍ୟ ନିଶା ତାଙ୍କର ସମାଜସେବା କରିବା । ସେ ନିରବଛିନ୍ନ ଭାବେ ୨୦୦୧ ମସିହା ଠାରୁ ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରି ବହୁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ କ୍ରମେ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ପାରିଛନ୍ତି ।

ଏଥିସହ ତାଙ୍କ ପ୍ରଚେଷ୍ଟାରେ ଏକ ମାନସିକ ଅନଗ୍ରସର ପିଲା ମାନଙ୍କ ପାଇଁ ଏଲିନା ,”ଏଲିଶା ମାନସିକ ଅନଗ୍ରସର ବିଦ୍ୟାଳୟ ” ଏବଂ ଭୌତିକ ଚିକିତ୍ସା ନିମିତ୍ତ ” ଆଶା ଫିଜିଓ ଥିଓରାପି ସେଣ୍ଟର୍ ” କରିବାରେ ସକ୍ଷମ ହୋଇଛନ୍ତି । ଏଥିସହିତ ସମାଜର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ଏହା ତାଙ୍କର ମହାନ ବ୍ୟକ୍ତିତ୍ୱର ଚରମ ନିଦର୍ଶନ । ମାଗଣାରେ ବିଭିନ୍ନ ପ୍ରକାର ସମାଜ ସେବା କରି ସମ୍ପୃକ୍ତ ଅଞ୍ଚଳ ତଥା ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି । ଡିବ୍ୟାଙ୍ଗ ପିଲା ମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ତାଙ୍କର ଏହି ମହାନତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.