ଟିକା ପାଇଁ କଟକଣାକୁ ବେଖାତିର

କଟକ: କରୋନା କଟକଣାକୁ ବେଖାତିର । ସଚେତନତା ପରେବି ମାନୁନାହାଁନ୍ତି ଲୋକେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବଢି ବଢି ଚାଲିଛି ।  ୪ ଦିନ ହେବ କରୋନା ସଂକ୍ରମଣରେ ବ୍ରେକ ଲାଗିଛି, ଏବଂ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧୦ ହଜାର ତଳକୁ ଖସିଛି । ଏହି ସମୟରେ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ କଟକଣାକୁ ଉଲ୍ଲଘଂନ କରାଯାଇଥିବାର ଦୃଶ୍ଯ ଦେଖିବାକୁ ମିଳିଛି । ଲୋକେ ଟିକା ପାଇଁ ଧାଡିରେ ଛିଡା ହୋଇଥିବା ସମୟରେ ହୋ ହଲ୍ଲା କରୁଥିବାର ଖବର ଆସିଛି । ଏହାସହ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବାର ମଧ୍ୟ ଦେଖିବାକୁ ମିଳିଛି । ଗୋଟେ ପଟେ ରାଜ୍ୟସରକାର କରୋନାକୁ ରୋକିବା ପାଇଁ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନ ଲାଗୁ କରିଥିବା ବେଳେ ଲୋକେ ଏହାକୁ ବେଖାତିର କରିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published.