ଗଣେଷ ଚତୁର୍ଥୀରେ ଶାହାରୁଖ ଖାନଙ୍କୁ ଜବରଦସ୍ତ ଟ୍ରୋଲ କଲେ ପ୍ରଶଂସକ

 

ମୁମ୍ବାଇ, (ନାଗରାଜ ନୁ୍ୟଜ): ବଲିଉଡର ‘କିଙ୍ଗ’ ଶାହାରୁଖ ଖାନ ପ୍ରତ୍ୟେକ ପର୍ବକୁ ବହୁତ ଧୁମଧାମରେ ପାଳନ କରନ୍ତି । ହୋଲି, ଦିୱାଲି ଠାରୁ ଆରମ୍ଭ କରି ଗଣେଶ ଚତୁର୍ଥୀ, ଇଦ୍ ଏବଂ ରମଜାନ ମଧ୍ୟ ଶାହାରୁଖ ଖାନଙ୍କ ଘରେ ପାଳନ କରାଯାଏ । କିନ୍ତୁ ଅନେକ ଥର ଶାହାରୁଖ ଖାନ ମଧ୍ୟ ଏଥିପାଇଁ ଟ୍ରୋଲ ହୋଇଛନ୍ତି । ଏଠାରେ ଆମେ ଆପଣଙ୍କୁ ଜଣାଇଦେଉଛିଯେ, ଗଣେଶ ଚତୁର୍ଥୀର ଶୁଭକାମନା ଦେବାବେଳେ ଶାହାରୁଖ ଖାନଙ୍କୁ ଟ୍ରୋଲ କରାଯାଇଥିଲା ।

 

ସୋସିଆଲ ମିଡିଆରେ ଶାହାରୁଖ ଖାନ ବହୁତ ସକ୍ରିୟ ରୁହନ୍ତି । ବିଶେଷକରି ଅଭିନେତାମାନେ ସୋସିଆଲ ମିଡିଆ ମାଧ୍ୟମରେ ଯେକୌଣସି ପର୍ବ ଅବସରରେ ସେମାନଙ୍କ ପ୍ରଶଂସକମାନଙ୍କୁ ଶୁଭକାମନା ଦିଅନ୍ତି । ଗତବର୍ଷ ଗଣେଶ ଚତୁର୍ଥୀ ଅବସରରେ ଶାହାରୁଖ ଖାନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଶାହରୁଖ ଖାନଙ୍କ ସାନପୁଅ ଅବରାମ ଖାନ ଗଣେଶ ଚତୁର୍ଥୀ ଅବସରରେ ଗଣପତି ବାପ୍ପାଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ଶେୟାର କରି ଶାହାରୁଖ କ୍ୟାପସନରେ ଲେଖିଛନ୍ତି, ‘ଆମର ଗଣପତି ବାପ୍ପା ଘରକୁ ଆସିଛନ୍ତି, ଯେପରି ଛୋଟ ପିଲା ତାଙ୍କୁ ଡାକନ୍ତି । ପୁଅ ଅବରାମଙ୍କ ଏହି ଫଟୋ ସେୟାର କରି ଶାହାରୁଖ ଖାନ ଟ୍ରୋଲର ଟାର୍ଗେଟରେ ଆସିଥିଲେ। ଏହି ଫଟୋରେ ପୁଅର ପୂଜା କରିବା ପାଇଁଅନେକ ଲୋକ ଶାହାରୁଖଙ୍କୁ ଜବରଦସ୍ତ ଟ୍ରୋଲ କରିଥିଲେ ।

 

 

ଯଦିଓ ଅନେକ ଲୋକ ଏଥିପାଇଁ ଶାହାରୁଖ ଖାନଙ୍କୁ ପ୍ରଶଂସା କରିଥିଲେ । ଏହାବ୍ୟତୀତ ଶାହାରୁଖ ଖାନ ଗଣେଷ ବିଶର୍ଜନ ସମୟର ଏକ ଫଟୋ ସେୟାର କରି ଟ୍ରୋଲ ଶିକାର ହୋଇଥିଲେ । ଯେଉଁଥିରେ ଶାହାରୁଖ ଖାନ ତାଙ୍କ କପାଳରେ ଟିକା ଲଗାଉଥିବାର ନଜର ଆସିଥିଲେ । କିନ୍ତୁ ଶାହାରୁଖଙ୍କ ଫଟୋ ଦେଖି ଲୋକମାନେ କହିଥିଲେଯେ, ସେ ଫଟୋସପ୍ ମାଧ୍ୟମରେ ତାଙ୍କ କପାଳରେ ଟିକା ଲଗାଇଛନ୍ତି ।

 

 

ଏହାଦେଖି ଶାହାରୁଖ ଖାନଙ୍କ ଉପରେ ଲୋକଙ୍କ ଅସନ୍ତୋଷ ତୀବ୍ର ରୂପ ନେଇଥିଲା । ଲୋକମାନେ ଏପରିକି କହିଥିଲେଯେ ଶାହାରୁଖ ଖାନ ନକଲି । ସେମାନେ କେବଳ ଶୋ ପାଇଁ ଏହି ସବୁ କରନ୍ତି ।

 

 

ତଥାପି, ଶାହାରୁଖ ଖାନ ଟ୍ରୋଲରର ଏହି ଜିନିଷଗୁଡ଼ିକ ଉପରେ କଣୌସି ଉତ୍ତର ଦେଇନାହାଁନ୍ତି । ସେ ଖରାପ କିମ୍ବା ଭଲ କଥା କହି ନାହାଁନ୍ତି । ଅଭିନେତା ସବୁବେଳେ ଏହି ସବୁ ଜିନିଷକୁ ଅଣଦେଖା କରନ୍ତି ।

Leave a Reply

Your email address will not be published.