ରାୟଗଡା : ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଫୁଲି ଉଠିଛି ରାୟଗଡା ଜିଲ୍ଲାର ଗୁଣୁପୁରରେ ପ୍ରବାହିତ ମହେନ୍ଦ୍ରତନୟା ଏବଂ ବଂଶଧାରା ନଦୀର ଜଳ ସ୍ତର। ଯଦିଓ ଏହି ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଅଗାମୀ ଦିନରେ ବିପଦ ସଂକେତ ଟପିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉ ଥିବାରୁ ଏବଂ କେନ୍ଦ୍ରୀୟ ପାଣିପାଗ ସୂଚନା ଅନୁଯାୟୀ ଆହୁରି ଦୁଇ ଦିନ ଲଗାଣ ବର୍ଷା ଥିବା ସହ ରାୟଗଡା ଜିଲ୍ଲା କୁ ୟେଲୋୱାର୍ଣ୍ଣିଂ ଦେଇଛି। ବିପଦ ଅଶଙ୍କାରେ ନଦୀ କୁଳିଆ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି । ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନିଆ ଯାଇଥିବା ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ସୂଚନା ଦେଇଛନ୍ତି ଏବଂ ଲୋକେ କୌଣସି ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି ।ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ସଜାଗ ଥିବା କହିଛନ୍ତି।