ଶହେ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

କନ୍ଧମାଳ, ଜିଲ୍ଲାରେ ଦିନିକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ପୋଲିସ ମଧ୍ୟ ଅନେକ ସମୟରେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ଏକପ୍ରକାର ଜିଲ୍ଲାରେ ପୋଲିସ ଓ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ବୁଧବାର ପୁଣି ପୋଲିସ ୧୦୩ କେଜିର ଗଞ୍ଜେଇ ଜବତ ହୋଇଛି ।

କେ ନୂଆଗାଁ ପୋଲିସ ଏହି ଗଞ୍ଜେଇ ଜବତ କରିଛି ।

କାର୍‌ରେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ କାର୍‌ରୁ ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଉଛି । ଜବତ ଗଞ୍ଜେଇର ପରିମାଣ ୧୦୩ କେଜି ହେବ ବୋଲି ଜଣା ପଡିଛି ।

Leave a Reply

Your email address will not be published.