ପ୍ରକାଶ ପାଇଲା +୨ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ଦ୍ବାଦଶ ରେଜଲ୍ଟ । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟ ୯୪.୯୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବିଜ୍ଞାନରେ ସମୁଦାୟ ୮୯ ହଜାର ୯୫୧ ଜଣ ପାସ୍‌ କରିଛନ୍ତି । ବିଜ୍ଞାନରେ ରେଗୁଲାର ପାସ୍‌ ହାର ୯୯.୮୮% ରହିଛି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବିଜ୍ଞାନରେ ଏକ୍ସ ରେଗୁଲାର ପାସ୍ ହାର ୭୧.୨୭% ରହିଛି।

ସେହିପରୀ ବାଣିଜ୍ୟରେ ୯୪.୯୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାଣିଜ୍ୟରେ ରେଗୁଲାର ପାସ୍‌ ହାର ୯୯.୯୫% ରହିଛି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ ୮ ହଜାର ୩୫୫ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ୯ ହଜାର ୬୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବାଣିଜ୍ୟରେ ଏକ୍ସ ରେଗୁଲାର ପାସ୍ ହାର ୫୪.୭୮% ରହିଛି। ରାତି ୮ଟାରେ ୱେବସାଇଟ୍‌ରେ ପ୍ରକାଶ ପାଇଛି ।

Leave a Reply

Your email address will not be published.