୨ ଚୋର ଗିରଫ, ଚୋରି ସାମଗ୍ରୀ ଜବତ୍

ବାରଙ୍ଗ: ହୋଟେଲ ପଛ ତାଡି ଚୋରି କରିବାର ୨ ମାସ ଭିତରେ ବାରଙ୍ଗ ଥାନା ପୁଲିସ ୨ ଜଣ ଚୋରଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଚୋରଙ୍କଠାରୁ ବହୁଳ ଚୋରିକରିଥିବା ସାମଗ୍ରୀ ଜବତ କରିଛି। ଗିରଫ ଚୋର ୨ ଜଣେ ହେଲେ  ବୈଦେଶ୍ବର ଥନା ଅଧିନ କେନ୍ଦୁପଲ୍ଲୀ ଗ୍ରମାର ସୁକୁଟା ଓରଫ ଜଗନ୍ନାଥ ଗୁରୁ (୨୧)  ଓ ଅନ୍ୟ ଜଣେ ବଡମ୍ବା ଥାନା ଅଧିନ ଶଙ୍ଖାମେରି ଗ୍ରମାର ସନ୍ତୋଷ ଓରଫ ଜ୍ଞାନରଞ୍ଜନ ବେଇ(୩୭)। ଗତ ଅକ୍ଟୋବର ୧୭ ତାରିଖରେ ବାରଙ୍ଗ ମୁଖ୍ୟ ରାସ୍ତାର ରେଳ ପୋଲ ନିକଟରେ ଥିବା ବଂଜର ହୋଟେଲରୁ ଚୋରି ହୋଇଥିବା ହୋଟେଲ ମାଲିକ ନନ୍ଦନକାନନ ଥାନ ଅଞ୍ଚଳ ରଘୁନାଥପୁର ଗ୍ରମାର ରଣଜିତ ମାର୍ଥା ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିର୍ତ୍ତିକରି ତଦନ୍ତ କରୁଥିବା ପୁଲିସ ଦୁଇ ଚୋରଙ୍କୁ ବାରଙ୍ଗ ଥାନା ଅଧିନ ଗଦେଇକୁଦ ବସ୍ତିରୁ ଗିରଫ କରିବା ପରେ କୋଟ ଚାଲାଣ କରିଛି। ପୁଲିସ ଦୁଇ ସେମାନଙ୍କ ଠାରୁ ହୋଟେଲରୁ ଚୋରି କରିଥିବା ୧୦ଟି ୱାଲ ଫ୍ୟାନ, ୧ ସୋନି ଏଲିଡି ଟିଭି(ବ୍ରାଭିଆ) ଓ ଗୋଟିଏ ଲେଖାଏଁ ଗ୍ରାଇଣ୍ଡର,ପ୍ରେସରକୁକର,ଇନଭଟର ବ୍ୟାଟେରୀ,ପ୍ୟାକିଂ ମେସିନ୍ ସହିତ ଚୋରିରେ ବ୍ୟବହୃତ ଏକ ମୋଟରସାଇକେଲ (ଓଡ଼ି – ୩୩ ୟୁ ୨୦୩୭),ଏକ ଟାଟା ଏସି (ଓଡ଼ି – ୦୨ ଏଏ ୬୨୭୩)କୁ ଜବତ କରିଛି।

Leave a Reply

Your email address will not be published.